fbpx

ଆସନ୍ତା ୫ ବର୍ଷ ମଧ୍ୟରେ ଭାରତର ବୈଦ୍ୟୁତିକ ଉତ୍ପାଦନ ୨୫୦ ବିଲିୟନ ଡଲାରରେ ପହଞ୍ଚିବାର ସମ୍ଭାବନା: ରିପୋର୍ଟ

Advertisement

ନୂଆଦିଲ୍ଲୀ: ଆସନ୍ତା ୫ ବର୍ଷ ମଧ୍ୟରେ ଭାରତର ବୈଦ୍ୟୁତିକ ଉତ୍ପାଦନ ୨୫୦ ବିଲିୟନ ଡଲାରରେ ପହଞ୍ଚିବାର ସମ୍ଭାବନା ରହିଥିବା ନେଇ ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇଛି । ବର୍ତ୍ତମାନ ସମୟରେ ଦେଶର ବୈଦ୍ୟୁତିକ ରପ୍ତାନୀ ୧୨୫ରୁ ୧୩୦ ବିଲିୟନ ଡଲାର ମଧ୍ୟରେ ରହିଛି । ଆଗାମୀ ୫ ବର୍ଷ ମଧ୍ୟରେ ଭାରତ ସରକାର ଏହି କ୍ଷେତ୍ରରେ ଚାକିରି ସଂଖ୍ୟାକୁ ଦୁଇଗୁଣ କରିବେ । ୫ଜି ନେଟୱାର୍କ ଓ ଆଇଓଟି (ଇଣ୍ଟରନେଟ ଅଫ୍ ଥିଙ୍ଗସ) ପରି ଟେକ୍ନୋଲୋଜିର ପରିବର୍ତ୍ତନ କାରଣରୁ ତାହା ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟକୁ ଅଧିକ ବ୍ୟବହାର କରିବାରେ ସହାୟକ ହୋଇପାରିଛି ।

ବୈଦ୍ୟୁତିକ ଉତ୍ପାଦନ କ୍ଷେତ୍ରରେ ଅଧିକ ସଂଖ୍ୟକ ଚାକିରି ସୃଷ୍ଟି କରି ବେରୋଜଗାର ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ବର୍ତ୍ତମାନ ସମୟରେ ଏହି ସେକ୍ଟରରେ ୨୫ ଲକ୍ଷ ଲୋକ କାର୍ଯ୍ୟ କରୁଥିବା ବେଳେ ଆଗାମୀ ୫ ବର୍ଷ ମଧ୍ୟରେ ସରକାର ଏହି ଚାକିରି ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଯୋଜନା କରୁଥିବା ରିପୋର୍ଟରେ କୁହାଯାଇଛି । ‘ଡିଜିଟାଲ ଇଣ୍ଡିଆ’ ଓ ‘ସ୍ମାର୍ଟ ସିଟି’ ଆଦି ପ୍ରୋଜେକ୍ଟଗୁଡ଼ିକ ବୈଦ୍ୟୁତିକ ଡିଭାଇସ ମାର୍କେଟରେ ଆଓଟିର ଚାହିଦାକୁ ବଢ଼ାଇ ଦେଇଛି । ତେଣୁ ବୈଦ୍ୟୁତିକ ନିର୍ମାଣ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ ହୋଇଥିବା ନିସନ୍ଦେହରେ କୁହାଯାଇପାରିବ ।

ଭାରତର ଘରୋଇ ଉତ୍ପାଦନ ଆର୍ଥିକ ବର୍ଷ ୨୦୧୬-୧୭ରେ ୪୯ ବିଲିୟନ ଡଲାର ରହିଥିବା ବେଳେ ତା’ର ସିଏଜିଆର ୧୩ ପ୍ରତିଶତ ବୃଦ୍ଧି ପାଇ ୨୦୨୨-୨୨ରେ ୧୦୧ ବିଲିୟନ ଡଲାରେ ପହଞ୍ଚି ଯାଇଛି । ଚଳିତ ବର୍ଷ ଏପ୍ରିଲ ମାସରେ ବୈଦ୍ୟୁତ ସାମଗ୍ରୀର ରପ୍ତାନୀ ୨.୬୫ ବିଲିୟନ ଡଲାରରେ ପହଞ୍ଚିଥିବା ଜଣାପଡ଼ିଛି । ଗତବର୍ଷ ଏପ୍ରିଲ ମାସରେ ତାହା ୨.୧୦ ବିଲିୟନ ଡଲାର ରହିଥିଲା । ଅର୍ଥାତ ୧ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଦେଶର ରପ୍ତାନୀ କ୍ଷେତ୍ରରେ ୨୫.୮୦ ପ୍ରତିଶତ ବୃଦ୍ଧି ଘଟିଛି ।

Get real time updates directly on you device, subscribe now.