fbpx

ପୁଣି ବିମାନ ଉଡ଼ାଣ ଉପରେ ଲାଗିଲା କଟକଣା, ନଭେମ୍ବର ୩୦ ଯାଏ ବିଦେଶକୁ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ପୁଣି ଥରେ ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ରୋକ ଲଗାଇଛି ଡିଜିସିଏ । ଗତକାଲି କରୋନା ସଂକ୍ରାନ୍ତ କଟକଣାକୁ କେନ୍ଦ୍ର ସରକାର ନଭେମ୍ବର ୩୦ ଯାଏ ବୃଦ୍ଧି କରିଥିଲେ । ଶୁକ୍ରବାର  ଡିଜିଏସ୍‌ ଏହାକୁ ଅନୁପାଳନ କରି ବିମାନ ଉଡ଼ାଣ ଉପରେ କଟକଣାକୁ ବଢ଼ାଇଛି । ମହାମାରୀ କରୋନା ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେବ ବିଦେଶକୁ ନିୟମିତ ବ୍ୟବସାୟିକ ବିମାନ ଉଡ଼ାଣ ବନ୍ଦ ରହିଛି । କେବଳ କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ଓ ସ୍ୱତନ୍ତ୍ର ଅନୁମୋଦନ ପ୍ରାପ୍ତ ଦେଶକୁ ଭାରତକୁ ବିମାନ ଉଡ଼ାଣ କରୁଛି ।

ଶୁକ୍ରବାର ଡିଜିସିଏ ଗୋଟିଏ ପ୍ରେସ ବିଜ୍ଞପ୍ତିରେ କହିଛି, ଆସନ୍ତା ନଭେମ୍ବର ୩୦ ତାରିଖ ରାତି ୧୧.୫୯ ଯାଏ ଭାରତରୁ ଓ ଭାରତକୁ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରହିବ । ତେବେ କିଛି ନିର୍ଦ୍ଦିଷ୍ଟ ରୁମରେ ସ୍ୱତନ୍ତ୍ର ଅନୁମୋଦନ ପରେ ବିମାନ ଚଳାଚଳ କରିବ । ସେହିରି ଯାତ୍ରୀବାହୀ ବିମାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ କାରଗୋ ଅପରେସନକୁ ଏଥିରୁ ବାଦ ଦିଆଯାଇଛି । ପୂର୍ବରୁ ଭାରତରୁ ଓ ଭାରତକୁ ସମସ୍ତ ପ୍ରକାରର ଜରୁରୀ ଏବଂ ମାଲବାହୀ ବିମାନ ଚଳାଚଳ ଜାରି ରହିବ ବୋଲି ଡିଜିସିଏ କହିଛି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ଡିଜିସିଏ ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣାକୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରିଥିଲା ।

Get real time updates directly on you device, subscribe now.