fbpx

ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ: କାଶ୍ମୀର ପ୍ରସଙ୍ଗ ନେଇ ବର୍ଷିଲା

ନୂଆଦିଲ୍ଲୀ: ଜାତିସଂଘରେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ । ପାକିସ୍ତାନର କାଶ୍ମୀର ଲୋଭ ଏବଂ ଭାରତର ଅଧିକୃତ ଅଞ୍ଚଳକୁ ନେଇ ତୀବ୍ର ସମାଲୋଚନାର ସାମ୍ନା କରିଛି ପାକିସ୍ତାନ । ପାକିସ୍ତାନକୁ ନିଜର ନୀଚ କାରନାମା ପାଇଁ ଭାରତ ସମାଲୋଚନା କରିବା ସହ ଜାତିସଂଘରେ ତାକୁ ଭାରତ କଡ଼ା ଶବ୍ଦରେ ଜବାବ ଦେଇଛି । ସୀମାପାର ଆତଙ୍କବାଦ ଗତିବିଧିକୁ ବନ୍ଦ କରିବା ପାଇଁ ପାକିସ୍ତାନକୁ ଚେତାଇ ଦେଇଛି ଭାରତ । ଏହାସହିତ ଭାରତର ଅଧିକୃତ ଅଞ୍ଚଳ କାଶ୍ମୀରକୁ ଛାଡ଼ିବା ସହ ନିଜ ଦେଶରେ ଜାରି ରହିଥିବା ଆକ୍ରମଣ ମଧ୍ୟ ବନ୍ଦ କରିବାକୁ ପାକିସ୍ତାନକୁ କୁହାଯାଇଛି । ଜାତିସଂଘରେ ପାକିସ୍ତାନକୁ ଭାରତ ତୀବ୍ର ସମାଲୋଚନା କରି ଏଭଳି କଟୁ ଭାଷାରେ ଚେତାବନୀ ଦେଇଛି ।

Get real time updates directly on you device, subscribe now.