fbpx
BSKY
BJD MC SKY
BJD YOUTH SKY

ସ୍ପିନରଙ୍କୁ ସଫଳତା: ଡ୍ରାଇଭର ସିଟରେ ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଡ୍ରାଇଭର ସିଟରେ ରହିଛି ଭାରତ । ଭାରତୀୟ ବ୍ୟାଟ୍ସମ୍ୟାନ ପର୍ଯ୍ୟାପ୍ତ ରନ୍ କରିନଥିଲେ ହେଁ ବୋଲର ମାନେ ଚମକ୍ରାର ବୋଲିଂ କରି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ମାତ୍ର ୧୩୩ ରନର ପିଛା କରୁଥିଲେ ହେଁ ୧୨ ଓଭର ଶେଷ ସୁଦ୍ଧା ଶ୍ରୀଲଙ୍କା ୪ ୱିକେଟ ହରାଇ ମାତ୍ର ୬୭ ରନ୍ ସଂଗ୍ରହ କରିଛି ।

ସ୍ପିନ ସହାୟକ ପିଚରେ ମ୍ୟାଚ ବିଜୟୀ ହେବା ଶ୍ରୀଲଙ୍କା ପାଇଁ କାଠିକର ପାଠ ମନେ ହେଉଛି । ମାତ୍ର ୧୩୩ ରନର ପିଛା କରୁଥିବା ଶ୍ରୀଲଙ୍କା ତୃତୀୟ ଓଭରରେ ଅଭିସ୍କା ଫର୍ଣ୍ଣାଣ୍ଡୋ(୧୧)ଙ୍କୁ ହରାଇଥିଲା । ଅନ୍ୟତମ ଓପନର ମିନୋଦ ଭାନୁକା (୩୬) ଦୃଢ ବ୍ୟାଟିଂ କରିଥିଲେ ହେଁ ସ୍ପିନ ସହାୟକ ପିଚରେ ଭାରତର ସ୍ପିନ ତ୍ରିମୂର୍ତ୍ତି ହାତ ଖୋଲିବାର ସୁଯୋଗ ଦେଇନଥିଲେ । ୧୨ତମ ଓଭର ଶେଷ ସୁଦ୍ଧା ଶ୍ରୀଲଙ୍କା ୪ ୱିକେଟ ହରାଇ ୬୭ ରନ୍ ସଂଗ୍ରହ କରିଛି । କୁଲଦୀପ ଯାଦବ ୩-୦-୧୫-୨ର ଫିଗର ହାସଲ କରିଥିବା ବେଳେ ଭୁବନେଶ୍ୱର କୁମାର ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫ ୱିକେଟ ହରାଇ ୧୩୨ ରନ୍ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ଶିଖର ଧୱନ ସର୍ବାଧିକ ୪୦ ରନ୍ କରିଥିବା ବେଳେ ଦେବଦତ୍ତ ପାଡିକଲ୍୨୯ ଓ ଋତୁରାଜ ଗାଏକ୍ୱାଡ ୨୧ ରନ୍ ସଂଗ୍ରହ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଅକିଲା ଧନଞ୍ଜୟ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.