fbpx

ଜିତିଗଲା ଶ୍ରୀଲଙ୍କା; ୨ୟ ମ୍ୟାଚ୍ ହାତରୁ ଗଲା

ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଡ୍ରାଇଭର ସିଟରେ ରହିଥିଲା ଭାରତ। ହେଲେ ହାରିଗଲା।ହାତରୁ ଗଲା ୨ୟ ମ୍ୟାଚ୍। ଫଳରେ ମୁକାବିଲା ଆଗକୁ କଡ଼ା ହେଇଗଲା।

ଭାରତୀୟ ବ୍ୟାଟ୍ସମ୍ୟାନ ପର୍ଯ୍ୟାପ୍ତ ରନ୍ କରିନଥିଲେ ହେଁ ବୋଲର ମାନେ ଚମତ୍କାର ବୋଲିଂ କରି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ମାତ୍ର ୧୩୩ ରନର ପିଛା କରୁଥିଲେ ହେଁ ୧୨ ଓଭର ଶେଷ ସୁଦ୍ଧା ଶ୍ରୀଲଙ୍କା ୪ ୱିକେଟ ହରାଇ ମାତ୍ର ୬୭ ରନ୍ ସଂଗ୍ରହ କରିଥିଲା।

ସ୍ପିନ ସହାୟକ ପିଚରେ ମ୍ୟାଚ ବିଜୟୀ ହେବା ଶ୍ରୀଲଙ୍କା ପାଇଁ କାଠିକର ପାଠ ମନେ ହେଉଛି । ମାତ୍ର ୧୩୩ ରନର ପିଛା କରୁଥିବା ଶ୍ରୀଲଙ୍କା ତୃତୀୟ ଓଭରରେ ଅଭିସ୍କା ଫର୍ଣ୍ଣାଣ୍ଡୋ(୧୧)ଙ୍କୁ ହରାଇଥିଲା । ଅନ୍ୟତମ ଓପନର ମିନୋଦ ଭାନୁକା (୩୬) ଦୃଢ ବ୍ୟାଟିଂ କରିଥିଲେ ହେଁ ସ୍ପିନ ସହାୟକ ପିଚରେ ଭାରତର ସ୍ପିନ ତ୍ରିମୂର୍ତ୍ତି ହାତ ଖୋଲିବାର ସୁଯୋଗ ଦେଇନଥିଲେ । ୧୨ତମ ଓଭର ଶେଷ ସୁଦ୍ଧା ଶ୍ରୀଲଙ୍କା ୪ ୱିକେଟ ହରାଇ ୬୭ ରନ୍ ସଂଗ୍ରହ କରିଛି । କୁଲଦୀପ ଯାଦବ ୩-୦-୧୫-୨ର ଫିଗର ହାସଲ କରିଥିବା ବେଳେ ଭୁବନେଶ୍ୱର କୁମାର ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ସେ ଯାହାହେଉ ୩ ବର୍ଷ ପରେ T20ରେ ହାରିଲା ଭାରତ। ଦିନିକିଆ ସିରିଜ୍ ପରେ ଏହାକୁ ବି ହାତେଇବ ବୋଲି କ୍ରକେଟ୍ ଫ୍ୟାନ୍ ଆଶାବାଦୀ; ସମୟ ଅଛି… ଦେଖାଯାଉ ବୋଲି ପ୍ରଶଂସକ ମତ ଦେଇଛନ୍ତି।

Get real time updates directly on you device, subscribe now.