fbpx

କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ସ୍ଥାନୀୟଲୋକେ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ଯୁବତୀ । ଅଧଘଣ୍ଟାର ହାଇଡ୍ରାମା କରିବା ସହ ବ୍ରିଜ୍ ତଳକୁ ଡେଇଁବାକୁ କରିଥିଲେ ଉଦ୍ୟମ। ତେବେ ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି  ଯୋଗୁ  ଯୁବତୀ ଜଣକ ଅଳ୍ପକେ ବଞ୍ଚି ଯାଇଛନ୍ତି । ଘଟଣାସ୍ଥଳରେ ପିସିଆର୍ ପହଞ୍ଚିବା ପରେ ଉକ୍ତ ଯୁବତୀଙ୍କୁ ମଞ୍ଚେଶ୍ୱର ପୋଲିସ ଜିମା ଦିଆଯାଇଥିଲା। ଯୁବତୀଙ୍କ ଆତ୍ମହତ୍ୟା କରିବାର କାରଣ ଖୋଜୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବୁଧବାର ଜଣେ ଯୁବତୀ କୁଆଖାଇ ନଦୀ ଗର୍ଭକୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ କିଛି ସାଧାରଣ ଲୋକ ବାରଣ କରି ପୋଲିସକୁ ଖବର ଦେଇଥିଲେ । ଆଉ ଘଟଣାସ୍ଥଳରେ ପିସିଆର ପହଞ୍ଚି ଯୁବତୀଙ୍କୁ ଥାନାକୁ ନେଇ ବୁଝାସୁଝା କରିବା କରିଥିଲେ । ଯୁବତୀ ଜଣକ ମାସିକ ଅବସାଦ ପାଇଁ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି ।

Get real time updates directly on you device, subscribe now.