fbpx
BSKY SKY
BSKY SKY

ମା ସନ୍ତୋଷୀ ସଙ୍ଘ ତରଫରୁ ଅସହାୟ ବୃଦ୍ଧଙ୍କ ପରିବାରକୁ ସହାୟତା..

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ଲହରରେ କିଛି ମାତ୍ରାରେ ହ୍ରାସ ହୋଇଥିଲେ ବି ଟଳିନାହିଁ ବିପଦ । ମହାମାରୀରୁ ବଞ୍ଚିବା ପାଇଁ ବିଭିନ୍ନ କଟକଣା ଲଗାଯାଇଛି । ଏବେବି ଜାରି ରହିଛି କଟକଣା । ତେବେ ଏହାକୁ ଦୃଷ୍ଟିରେ ରଖି  ମା’ ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଂଘ(MSAUS) କେନ୍ଦ୍ରାପଡ଼ା ଶାଖା ତରଫରୁ ନାମତାର ଗ୍ରାମ ରାଜକନିକା ବ୍ଲକ କେନ୍ଦ୍ରାପଡ଼ାର ଜଣେ ଅସହାୟ ଦୃଷ୍ଟିହୀନ ବୃଦ୍ଧଙ୍କୁ ସହାୟତା କରିଛନ୍ତି । ବୃଦ୍ଧଙ୍କ ପରିବାର ନିକଟରେ ପହଞ୍ଚି ସେମାନଙ୍କୁ ସାହାଯ୍ୟ କରିବା ସହିତ ଆଗାମୀ ଦିନରେ ପ୍ରତି ମାସରେ କିଛି ସହାୟତା ରାଶି ଦେବା ପାଇଁ ପ୍ରତିଶୃତି ଦେଇଥିଲେ  ।

ଏହି ସାମାଜିକ କାର୍ଯ୍ୟକ୍ରମକୁ MSAUS ସମ୍ପାଦକ ମନୋରଞ୍ଜନ ଜେନାଙ୍କ ସମେତ ସଂଘର ଉପଦେଷ୍ଟା ଶ୍ରୀଯୁକ୍ତ ଫିରୋଜ ସାହୁ, ମାନସ କୁମାର ବେହେରା, ସୂର୍ଯ୍ୟକାନ୍ତ ପୈଟାଲ, ତାପସ ସାହୁ, ବ୍ରଜବନ୍ଧୁ ଦାଶ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ପରିଚାଳନା କରିଥିଲେ । ସଂଘ ପକ୍ଷରୁ ଏଭଳି ଜନହିତକର କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି  ସମ୍ପାଦକ ଶ୍ରୀ ଜେନା ମତ ପ୍ରକାଶ କରିଥିଲେ  ।

Get real time updates directly on you device, subscribe now.