fbpx

ବଢ଼ିଲା ଶିଳ୍ପା ଓ ରାଜଙ୍କ ଅଡୁଆ: ୩ ଲକ୍ଷ ଫାଇନ କଲା SEBI

ମୁମ୍ବାଇ: ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ୨୦୧୫ର ଏକ ମାମଲାରେ ସେବି ପକ୍ଷରୁ ରାଜ କୁନ୍ଦ୍ରା ଓ ପତ୍ନୀ ଶିଳ୍ପା ସେଟ୍ଟୀଙ୍କୁ ୩ ଲକ୍ଷ ଟଙ୍କାର ଫାଇନ୍ କରାଯାଇଛି । ସେବି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇନସାଇଡର ଟ୍ରେଡିଂ ଅଭିଯୋଗରେ ଏହି ଅର୍ଥଦଣ୍ଡ ପ୍ରଦାନ କରାଯାଇଛି ।

୩ ବର୍ଷ ଧରି ଶେୟାରର ତଥ୍ୟ ଲୁଚାଇବା ଅଭିଯୋଗରେ ଏହି ଅର୍ଥ ଦଣ୍ଡ ପ୍ରଦାନ କରାଯାଇଛି । ୨୦୧୫ ମସିହାରେ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଉଭୟ ରାଜ ଓ ଶିଳ୍ପାଙ୍କୁ ୧ ଲକ୍ଷ ୨୮ ହଜାର ୮୦୦ଟି ଶେୟାର ପ୍ରଦାନ କରାଯାଇଥିଲା । ଏହି ଅଂଶଧନର ମୂଲ୍ୟ ୧୦ ଲକ୍ଷରୁ ଅଧିକ ଥିବାରୁ ଶେୟାର ପ୍ରଦାନର ୨ ଦିନ ମଧ୍ୟରେ ଏ ସମ୍ପର୍କରେ କମ୍ପାନୀକୁ ଅବଗତ କରାଯିବା କଥା । ମାତ୍ର ଉଭୟ ୩ ବର୍ଷ ଧରି ଏହାକୁ ଲୁଚାଇ ରଖିଥିଲେ । ଶେଷରେ ମେ ୨୦୧୯ରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଉଲ୍ଲେଖଯୋଗ୍ୟ ଯେ, ବୁଧବାର କୁନ୍ଦ୍ରା ମୁମ୍ବାଇ କୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ଏହା ଖାରଜ ହୋଇ ଯାଇଥିଲା ।

Get real time updates directly on you device, subscribe now.