fbpx
BSKY SKY
BSKY SKY

ସାରା ଦେଶରେ ଖେଲା ହବେ… ସୋନିଆଙ୍କୁ ଭେଟିବା ପରେ ମମତା ଆଉକଣ କହିଲେ…

BSKY

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ତାଙ୍କର ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ଆଜି ବୁଧବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଏହି ଅବସରରେ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ମମତା ବାନାର୍ଜୀ ବିଜେପି ବିରୋଧରେ ଏକଜୁଟ ହୋଇ ଲଢ଼େଇ କରିବାକୁ କହିଛନ୍ତି । ଏହା ସହିତ ସଂସଦରେ ପେଗାସାସ ଉପରେ ଆଲୋଚନା ପାଇଁ ଦାବି କରିଛନ୍ତି ।

ମମତା ବାନାର୍ଜୀ ମଙ୍ଗଳବାର କଂଗ୍ରେସର ବରିଷ୍ଠ ନେତା କମଲ ନାଥ ଏବଂ ଆନନ୍ଦ ଶର୍ମାଙ୍କୁ ମଧ୍ୟ ଭେଟିଥିଲେ । ଆସନ୍ତାକାଲି ଶରତ ପାୱାର ଏବଂ ଅଖିଳେଶ ସିଂ ଯାଦବଙ୍କ ସହ ସାକ୍ଷାତ କରିବାକୁ ମମତା ବାନାର୍ଜୀ ଯୋଜନା ରହିଛି।

ମମତା ବାନାର୍ଜୀ କହିଛନ୍ତି ଯେ ସୋନିଆ ଜୀ ଚା’ ପାଇଁ ଡାକିଥିଲେ । ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। କରୋନା ଏବଂ ପେଗାସାସ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏହା ଏକ ଭଲ ବୈଠକ ଥିଲା । ଭବିଷ୍ୟତରେ ସକରାତ୍ମକ ଫଳାଫଳ ବାହାରକୁ ଆସିବ ବୋଲି ମୁଁ ଆଶା କରୁଛି । ସେ କହିଛନ୍ତି ଯେ ବିଜେପିକୁ ପରାସ୍ତ କରିବା ପାଇଁ ବିରୋଧୀଙ୍କୁ ଏକଜୁଟ ହେବା ଆବଶ୍ୟକ। ସଂସଦ ହେଉଛି ଲୋକମାନଙ୍କର ଫୋରମ୍ । ପେଗାସସ ପ୍ରସଙ୍ଗ ଯଦି ଲୋକସଭା ଏବଂ ରାଜ୍ୟସଭାରେ ଆଲୋଚନା କରାଯିବ ନାହିଁ ତ’ କେଉଁଠାରେ ହେବ? ଆଲୋଚନା ସଂସଦରେ ହୁଏ ଚା’ ଷ୍ଟଲରେ ନୁହେଁ ।

ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ବିଜେପି ବିରୋଧୀ ମେଣ୍ଟ ଗଠନ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

Get real time updates directly on you device, subscribe now.