fbpx

ସୁଧୁରିବ ଭାରତ-ପାକ୍ ସମ୍ପର୍କ, ଏକାଠି ହେବେ ଦୁଇ ଭାଇ? ଭାରତ ଆସିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାକିସ୍ତାନ ଅତ୍ୟନ୍ତ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଏହି ସମୟରେ ଏକ ବଡ଼ ଖବର ଆସିଛି । ଯଦି ସବୁକିଛି ଠିକଠାକ ରୁହେ, ତେବେ ଭାରତ-ପାକିସ୍ତାନ ଏକାଠି ହୋଇପାରନ୍ତି ଓ ପୁରୁଣ ସମ୍ପର୍କ ସୁଧୁରିବାର ସମ୍ଭାବନା ରହିଛି । ହୁଏତ ଏହା ଏତେ ସହଜ ହୋଇନପାରେ, ମାତ୍ର ଅସମ୍ଭବ ମଧ୍ୟ ନୁହେଁ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ମୁତାବକ, ନିକଟରେ ପାକିସ୍ତାନ ପକ୍ଷରୁ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବା ନେଇ ବାରମ୍ବାର ଅପିଲ କରାଯାଇଥିଲା । ତେଣୁ ଭାରତ ପକ୍ଷରୁ ମଧ୍ୟ ପାକିସ୍ତାନକୁ ପ୍ରେମର ସନ୍ଦେଶ ବାର୍ତ୍ତା ପଠାଯାଇଛି । ଆସନ୍ତା ମେ ମାସରେ ଗୋଆରେ ସଂଘାଈ ସହଯୋଗ ସଂଗଠନ (ଏସସିଓ)ର ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଯୋଗ ଦେବାକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନର ବିଦେଶ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଜର୍ଦ୍ଦାରୀ ଓ ଚିଫ୍ ଜଷ୍ଟିସଙ୍କୁ ନିମନ୍ତ୍ରଣ କରିଛନ୍ତି ।

ତେବେ ସୂଚନା ମୁତାବକ, ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କୁ ମଧ୍ୟ ଖୁବଶୀଘ୍ର ନିମନ୍ତ୍ରଣ ପତ୍ର ପଠାଯିବ । ଚଳିତ ବର୍ଷ ଭାରତ ଏସସିଓ ଶିଖ ସମ୍ମିଳନୀରେ ଅଧ୍ୟକ୍ଷତା କରୁଛି । ତେଣୁ ଅଧ୍ୟକ୍ଷ ଦେଶର ନିମନ୍ତ୍ରଣକୁ ଏକ ରେଗୁଲାର ରୁଟିନ୍ ଭାବେ ଗ୍ରହଣ କରାଯାଇଥାଏ । ମାତ୍ର ଦୁଇ ଦେଶ ମଧ୍ୟରେ ଦଶନ୍ଧି ଦଶନ୍ଧି ଦ୍ୱିପାକ୍ଷିକ ସମ୍ପର୍କ ଖରାପ ରହିଥିବାରୁ ପାକିସ୍ତାନକୁ ନିମନ୍ତ୍ରଣ ପଠାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।

ମହଙ୍ଗା ଓ ଆର୍ଥିକ ସଙ୍କଟରେ ବୁଡ଼ି ରହିଥିବା ପାକିସ୍ତାନର ପିଏମ୍ ଶାହବାଜ ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଅପିଲ କରିଥିଲେ । ପାକିସ୍ତାନ ପକ୍ଷରୁ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ନେଇ କ୍ରମାଗତ ଭାବେ ଅପିଲ କରାଯିବା ପରେ ଭାରତ ପକ୍ଷରୁ ପାକିସ୍ତାନକୁ ନିମନ୍ତ୍ରଣ ବାର୍ତ୍ତା ପଠାଯାଇଛି । ତେବେ ଆଗାମୀ ଦିନରେ ନରେନ୍ଦ୍ର-ଶାହବାଜ ନିଶ୍ଚୟ ଭାରତ-ପାକର ସମ୍ପର୍କରେ ସୁଧାର ଆଣିବା ସହ ଭାଇଚାରା ବାର୍ତ୍ତା ନେଇ ଆଗକୁ ବଢ଼ିବେ ।

Get real time updates directly on you device, subscribe now.