fbpx

Video: ଅଚାନକ ପ୍ରକଟ ହେଲା ଏହି ଧଳା ଶାଢ଼ୀ ପିନ୍ଧିଥିବା ମହିଳା, ଲୋକେ କହୁଛନ୍ତି ଭୂତ

ଅଲୀଗଢ଼: ଉତ୍ତରପ୍ରଦେଶର ଅଲୀଗଢରେ ଏକ ସିସିଟିଭି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିଳମ୍ବ ରାତିରେ ଜଣେ ଧଳା ଲୁଗା ପିନ୍ଧିଥିବା ମହିଳା ଦେଖାଯାଉଛନ୍ତି । ସେ କିଛି ସମୟ ଚାଲୁଛନ୍ତି ଏବଂ ପରେ ଅପେ ଆପେ ଉଭାନ ହେଇଯାଉଛନ୍ତି । ଏହି ଭିଡ଼ିଓ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି । ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ସିସିଟିଭିରେ ଭୂତ କଏଦ ହୋଇଛି । ଯାହା ଫଳରେ ଭୂତର ଭୟ ଚାରିଆଡେ ଖେଳି ଯାଇଛି ।

ସୂଚନା ଅନୁଯାୟୀ, ଏହି ଭିଡ଼ିଓଟି ୨୭ ସେକେଣ୍ଡର ଅଟେ । ଏଥିରେ ଦେଖାଯାଉଛି ଯେ, ଅନ୍ଧାର ରାତିର ସୁନସାନ ଗଳିରେ କେବଳ ଏକ ଘର ବାହାରେ ଲାଇଟ ଜଳୁଛି ଏବଂ ଚାରିଆଡ଼େ କେବଳ ଅନ୍ଧାର । ଅଚାନକ ସେଠାରେ ଜଣେ ମହିଳା ଧଳା ସାଢି ପିନ୍ଧି ପ୍ରକଟ ହେଉଛନ୍ତି ଏବଂ କିଛିବାଟ ଆଗକୁ ଚାଲିଚାଲି ଯାଇ ନିଖୋଜ ହେଇଯାଉଛନ୍ତି । ସ୍ଥାନୀୟ ଲୋକ ଏହାକୁ ନେଇ ଚର୍ଚ୍ଚା କରିବା ସହ ମହିଳା ଜଣକୁ ଭୂତ କହୁଛନ୍ତି ।

କହିବାକୁ ଗଲେ ଏହି ଭିଡ଼ିଓରେ ଭୂତ ଥିବା କଥାକୁ କେତେକ ସ୍ୱୀକାର କରୁଥିବା ବେଳେ ଅନ୍ୟ କେତେକ ଏହାକୁ ଅସ୍ୱୀକାର ମଧ୍ୟ କରୁଛନ୍ତି । ଏହି ଭିଡ଼ିଓଟି ଆଲିଗଡ଼ ବତ୍ରାଦେବୀ ଥାନା ଅଂଚଳର ନ୍ୟୁ ରାଜେନ୍ଦ୍ର ନଗରର ବୋଲି କୁହାଯାଉଛି । ତେବେ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଖୁବ ଜୋରରେ ଭାଇରାଲ ହେବାକୁ ଲାଗିଛି ।

Get real time updates directly on you device, subscribe now.