fbpx
BSKY SKY
BSKY SKY

ଗ୍ରହ-ନକ୍ଷତ୍ର ଅନୁସାରେ ଭାରତ କରୁଛି Team Selection! ଏସିଆନ୍ କପ୍ ପାଇଁ ଭାରତୀୟ ଦଳକୁ ନେଇ ପ୍ରଶ୍ନବାଚୀ

BSKY

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ଡିିଟାଲ ହେବାରେ ଲାଗିଛି । ଜ୍ଞାନ କୌଶଳରେ ଖୁବ ଆଗକୁ ଯାଇଥିବା ଭାରତ ଏଆଇ ଦିଗରେ ବଡ଼ ସଫଳତା ହାସଲ କରି ସାରିଛି । କିନ୍ତୁ ଏହାପରେ ବି ଜ୍ୟୋତିଶ ଶାସ୍ତ୍ରକୁ ଅନେକ ଲୋକ ବିଶ୍ୱାସ କରୁଛନ୍ତି ଏବଂ ଏହି ଜ୍ୟେତିଶ ଶାସ୍ତ୍ର ତଥା ଗ୍ରହ ନକ୍ଷତ୍ର ଅନୁସାରେ କାର୍ଯ୍ୟ କରୁଛନ୍ତି । ତେବେ ଭାରତୀୟ ଦଳରେ ମଧ୍ୟ ଏହି ଜ୍ୟେତିଶ ଶାସ୍ତ୍ର ବା ଗ୍ରହ ନକ୍ଷତ୍ରକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ଚୟନ କରାଯାଏ ବୋଲି ଏବେ ଉଠିଛି ପ୍ରଶ୍ନ । ଏହି କଥା ବିଶ୍ୱାସ କରିବା ସହଜ ନୁହେଁ । କିନ୍ତୁ ଏସିଆନ୍ କପ୍ ପାଇଁ ଦଳ ଚୟନ କରିବା ପରେ ଏଭଳି ଏକ ପ୍ରଶ୍ନ ଘେରରେ ଫସିଛି ସିଲେକ୍ସନ ବୋର୍ଡ ।

ଏସିଆନ୍ କପ୍ ପାଇଁ ଭାରତୀୟ ଫୁଟବଲ୍ ଖେଳାଳିଙ୍କ ଚୟନ ହୋଇସାରିଛି । ତେବେ ଏହି ଦଳ ଚୟନ ପାଇଁ କୋଚ୍ ଇଗୋର ଷ୍ଟିମକ ଜଣେ ଜ୍ୟୋତିଶଙ୍କ ପରାମର୍ଶ ନେଇଥିବା ଅଭିଯୋଗ ହେଉଛି । ଭୂପେଶ ଶର୍ମା ନାମକ ଜଣେ ଜ୍ୟୋତିଶଙ୍କ ପରାମର୍ଶ ଅନୁସାରେ, ଖେଳାଳି ମାନଙ୍କର ଜାତକ/କୁଣ୍ଡଳୀ ଦେଖାଇବା ପରେ ହିଁ ଦଳ ଚୟନ ହୋଇଥିବା ନେଇ କଥା ଉଠିଛି । ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳି ନଥିବା ବେଳେ ଏହି ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । କୁହାଯାଉଛି ଯେ, ଏସିଆନ୍ କପ୍ ପାଇଁ ଖେଳାଳିମାନଙ୍କର ଚୟନରେ ସେମାନଙ୍କ ପ୍ରଦର୍ଶନ ଅପେକ୍ଷା ଗ୍ରହ-ନକ୍ଷତ୍ର ପ୍ରମୁଖ ଭୂମିକା ତୁଲାଇଛନ୍ତି । ଫୁଟବଲ ଟିମର କୋଚ୍ ଷ୍ଟିମକ ଏବଂ ଜ୍ୟୋତିଶ ଭୂପେଶ ୨୦୨୨ ମସିହାରେ ଏଏଫସି ଏସିଆନ୍ କପରେ କ୍ୱାଲିଫାଏ କରିଥିବା ବେଳେ ଖେଳାଳିମାନଙ୍କର ଗ୍ରହ ନକ୍ଷତ୍ର ଦେଖିଥିଲେ ।

ରିପୋର୍ଟ ଅନୁସାରେ, ମ୍ୟାଚ ପୂର୍ବରୁ ଷ୍ଟିମକ ଏବଂ ଭୂପେଶଙ୍କ ମଧ୍ୟରେ ଲମ୍ବା ମେସେଜ ଚାଟ୍ ହେଉଥିବା ଦାବି ହୋଇଛି । ଆଫଗାନିସ୍ତାନ ବିପକ୍ଷ କ୍ୱାଲିଫାୟାର ମ୍ୟାଚର ୪୮ ଘଣ୍ଟା ପୂର୍ବରୁ ଷ୍ଟିମକ ଭୂପେଶଙ୍କୁ ୧୧ ଜଣ ସମ୍ଭାବ୍ୟ ଖେଳାଳିଙ୍କ ଏକ ଲିଷ୍ଟ ପଠାଇଥିଲେ । ତେବେ ଏହାର କିଛି ଘଣ୍ଟା ପରେ ଭୂପେଶ ସମସ୍ତ ଖେଳାଳିଙ୍କୁ ନେଇ ନିଜର କମେଣ୍ଟ ଏବଂ ଜବାବ ପଠାଇଥିଲେ । କିଛି ଖେଳାଳି ମ୍ୟାଚରେ ଭଲ କରିପାରନ୍ତି ବୋଲି କହିଥିବା ବେଳେ ଆଉ କିଛି ଖେଳାଳିଙ୍କୁ ଅତ୍ୟଧିକ ଆତ୍ମବିଶ୍ୱାସରୁ ଦୂରେଇ ରହିବା ପାଇଁ ଲେଖିଥିଲେ ଭୂପେଶ । ସେହିପରି କିଛି ଖେଳାଳିଙ୍କ ପାଇଁ ଭୂପେଶ ରେଡ ସିଗନାଲ ମଧ୍ୟ ଦେଇଥିଲେ ।

ଜୁନ୍ ୧୧ରେ ଖେଳାଯାଇଥିବା ଏହି ମ୍ୟାଚରେ କିକ୍ ଅଫ୍ ର ଘଣ୍ଟାଏ ପୂର୍ବରୁ ଭାରତୀୟ ଦଳ ଘୋଷଣା କରାଯାଇଥିଲା । ତେବେ ଜ୍ୟୋତିଶ ଭୂପେଶଙ୍କ ଗଣନା ଅନୁସାରେ ଦୁଇ ଜଣ ବଡ଼ ଖେଳାଳିଙ୍କ ଗ୍ରହ ନକ୍ଷତ୍ର ଠିକ ନଥିବାରୁ ଏମାନଙ୍କୁ ଦଳରେ ସୁଯୋଗ ଦିଆଯାଇ ନଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । କୋଚଙ୍କୁ ଜଣେ ଆଟାକିଙ୍ଗ ମିଡ ଫିଲ୍ଡରଙ୍କର ଗ୍ରହ ଠିକ ନଥିବା କହିଥିଲେ ଭୂପେଶ । ତେଣୁ ବର୍ତ୍ତମାନ ଦଳ ଚୟନକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ, ସତରେ କ’ଣ ଗ୍ରହ ନକ୍ଷତ୍ର ଅନୁସାରେ ଚୟନ ହେଉଛି ଭାରତୀୟ ଦଳ?

Get real time updates directly on you device, subscribe now.