fbpx

world sanskrit day: ବିଶ୍ୱକୁ ଭାରତ ଶିଖାଉଛି ସଂସ୍କୃତ ଭାଷା, ଦୁନିଆର ବଡ ବଡ ବିଶ୍ୱବିଦ୍ୟାଳୟ ପଢୁଛି ସଂସ୍କୃତ, ଏହିସବୁ ହେଉଛି ନାମ…

ଓଡିଶା ଭାସ୍କର: ଆସନ୍ତାକାଲି, ମାନେ ୧୯ ଅଗଷ୍ଟରେ ବିଶ୍ୱ ସଂସ୍କୃତ ଦିବସ ପାଳନ କରାଯିବ । ଭାରତୀୟ ସଂସ୍କୃତିରେ ସଂସ୍କୃତ ଭାଷାର ବିଶେଷ ମହତ୍ତ୍ୱ ରହିଛି । ସାରା ବିଶ୍ୱରେ ସଂସ୍କୃତ ଭାଷାକୁ ନେଇ ଲୋକପ୍ରିୟତା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଲାଣି । ଦିନ ଥିଲା ସଂସ୍କୃତ ଭାଷା ଭାରତର କେବଳ କେତେକ ଅଂଶରେ ସୀମିତ ରହିଥିଲା । ମାତ୍ର ସାରା ବିଶ୍ୱରେ ଏବେ ସଂସ୍କୃତ ଭାଷା ଝଲସୁଛି । ଯାହା ଏକ ସକରାତ୍ମକ ସଂକେତ ଓ ବିକାଶ ତଥା ସମୃଦ୍ଧି କ୍ଷେତ୍ରରେ ଭାରତ ପାଇଁ ଏକ ଗୌରବ ।
ସଂସ୍କୃତ ଭାଷା ଭାରତୀୟ ସଂସ୍କୃତି ତଥା ଦର୍ଶନର ଆଧାର ଅଟେ । ଅନେକ ବିଦେଶୀ ଛାତ୍ରଛାତ୍ରୀ ଭାରତୀୟ ଦର୍ଶନ ଓ ଯୋଗ ଉପରେ ଗଭୀର ରୁଚି ରଖନ୍ତି । ଯାହା ଫଳରେ ସଂସ୍କୃତ ଭାଷାର ଜ୍ଞାନ ନିତାନ୍ତ ଆବଶ୍ୟକ । ଅନେକ ଅନ୍ତର୍ଜୀତୀୟ ସଂଗଠନ ସଂସ୍କୃତ ଭାଷାର ସଂରକ୍ଷଣ ଓ ପ୍ରଚାର ପାଇଁ କାର୍ଯ୍ୟରତ । ଏହିକ୍ରମରେ ବିଶ୍ୱର କେତେକ ବିଶ୍ୱବିଦ୍ୟାଳୟର ନାମ ବିଷୟରେ ଜାଣିବା ଯେଉଁଠି ସଂସ୍କୃତ ପଢାଯାଏ ।
୧.ୟୁରୋପ
.ଅକ୍ସଫୋର୍ଡ ୟୁନିଭର୍ସିଟି (ୟୁକେ )
.ହାଇଡେଲବର୍ଗ ୟୁନିଭର୍ସିଟି (ଜର୍ମାନୀ)
.ପେରିସ ୟୁନିଭର୍ସିଟି (ଫ୍ରାନ୍ସ )
୨.ଆମେରିକା
.ହାୱର୍ଡ ୟୁନିଭର୍ସିଟି
.କୋମ୍ବବିଆ ୟୁନିଭର୍ସିଟି
. କାଲିଫର୍ଣ୍ଣିଆ ୟୁନିଭର୍ସିଟି
୩.ଏସିଆ
.ଟୋକିଓ ୟୁନିଭର୍ସିଟି (ଜାପାନ)
.ସିଙ୍ଗାପୁର ୟୁନିଭର୍ସିଟି
ଭାରତରେ ମଧ୍ୟ ଅନେକ ସଂସ୍କୃତ ବିଶ୍ୱବିଦ୍ୟାଳୟ ରହିଛି । ଯେଉଁଠାରେ ଭାରତୀୟ ସଂସ୍କୃତିର ପ୍ରତିଫଳନକୁ ଅଧ୍ୟୟନ ମାଧ୍ୟମରେ ଦର୍ଶାଯାଏ । ଏହିକ୍ରମରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଲଖନଉର ନାମ ସର୍ବାଗ୍ରେ ଆସେ । ଏହାବାଦ ଭାରତରେ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ସଂସ୍କୃତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ, ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ନାମ ତଥା ଉତ୍ତରାଖଣ୍ଡ ସଂସ୍କୃତ ବିଶ୍ୱବିଦ୍ୟାଳୟର ନାମ ମଧ୍ୟ ଆସିଥାଏ । ଏହିସବୁ ବିଶ୍ୱବିଦ୍ୟାଳୟ ଭାରତର ସଂସ୍କୃତ ଭାଷାର ଉନ୍ନତି ପାଇଁ କାର୍ଯ୍ୟ କରିଥାଏ ।

Get real time updates directly on you device, subscribe now.