ଭାରତ ବିପକ୍ଷରେ ଜିତିଲା ପାକିସ୍ତାନ: ୬ ୱିକେଟରେ ହାରିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: କ୍ରିକେଟ ମୈଦାନରେ ଭାରତ ଓ ପାକିସ୍ତାନ ମ୍ୟାଚ ସର୍ବଦା ରୋମାଞ୍ଚକର ହୋଇଥାଏ । ଏହି ଦୁଇ ଚିର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଲଢ଼େଇ ଦେଖିବାକୁ ବିଶ୍ୱର ଅଗଣିତ କ୍ରୀଡ଼ାପ୍ରେମୀ ଅଧିକ ରେଟରେ ଟିକେଟ୍ କିଣିବାକୁ ପଛାଇ ନଥାନ୍ତି । ତେବେ ଏହା ମଧ୍ୟରେ ପୁଣି ଥରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିବା ବେଳେ ସେଥିରେ ବାଜି ମାରି ନେଇଛି ପାକିସ୍ତାନ । ଅନପକ୍ଷରେ ୬ ୱିକେଟରେ ପରାଜୟ ବରଣ କରି ବଡ଼ ନିରାଶ ହୋଇଛି ଭାରତ । ହଂକଂ ସିକ୍ସେସ ୨୦୨୪ ଟୁର୍ଣ୍ଣାମେଣ୍ଟରେ ଦୁଇ ଦେଶ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା ।

ରବିନ ଉଥାପାଙ୍କ ନେତୃତ୍ୱାଧିନ ଭାରତୀୟ ଦଳ କଡ଼ା ସଂଘର୍ଷ କରିଥିଲେ ହେଁ ଶେଷରେ ୬ ୱିକେଟରେ ହାର ମାନିଥିଲା । ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୧୧୯ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଭରତ ଜିପଲି ୧୬ ବଲରୁ ୫୩ ଓ ଉଥାପା ୮ ବଲରୁ ୩୧ ରନ୍ ସଂଗ୍ରହ କରିଥିଲେ । ଟାର୍ଗେଟ ପିଛା କରିବାକୁ ଯାଇ ପାକିସ୍ତାନ ପକ୍ଷରୁ ଆସିଖ ଅଲି ୧୪ଟି ବଲରୁ ୫୫ ରନ୍ ଓ ମୁହମ୍ମଦ ଆଖଲାକ ୧୨ଟି ବଲରୁ ୪୦ ରନ୍ ସଂଗ୍ରହ କରି ପାକିସ୍ତାନ ବିଜୟୀରେ ବଡ଼ ଭୂମିକା ଗ୍ରହଣ କରିଥିଲେ । ୬ଟି ବଲ ବାକି ଥାଇ ପାକିସ୍ତାନୀ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ବିପକ୍ଷରେ ବିପକ୍ଷରେ ବିଜୟ ହାସଲ କରିବା ପରେ ପାକିସ୍ତାନ ନକ୍ ଆଉଟକୁ କ୍ୱାଲିଫାଏ କରିଛି । ସୂଚନାଯୋଗ୍ୟ ଯେ, ହଂକଂ ସିକ୍ସେସରେ ଭାରତ ଓ ପାକିସ୍ତାନ ସମେତ ମୋଟ ୧୨ଟି ଟିମ୍ ଭାଗ ନେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରତି ଟିମରେ ୬ ଜଣ ଖେଳାଳି ୫ ଓଭର ଲେଖାଏଁ ଖେଳିବେ । ୱିକେଟ କିପରଙ୍କୁ ଛାଡ଼ିଦେଲେ ପ୍ରତି ଖେଳାଳି ୫ ଓଭର ଲେଖାଏଁ ବୋଲିଂ କରିପାରିବେ । ନୋ ବଲ୍ ପାଇଁ ୨ ରନ୍ ମିଳିବ ।