fbpx

ଭାରତ କରିଲା ଚାଉଳ ବ୍ୟାନ, ଆମେରିକାରେ ଗୋଟିଏ ପ୍ୟାକେଟରୁ ଅଧିକ ମିଳିବ ନାହିଁ

Advertisement

ନୂଆଦିଲ୍ଲୀ : ଭାରତ ସରକାର କିଛି ଦିନ ପୂର୍ବରୁ ବାସୁମତି ଚାଉଳ ଉପରେ ବ୍ୟାନ ଲଗାଇଛନ୍ତି । ଏହା ପରେ ଆମେରିକାର ଡିପାର୍ଟମେଣ୍ଟାଲ ଗୋଦାମକୁ ଚାଉଳ କିଣିବା ପାଇଁ ବହୁତ ଭିଡ ଲାଗିଥିଲା । ଚାଉଳ କିଣିବା ପାଇଁ ଏପରି ଭିଡ ଲାଗିଥିଲା ଯେ ଦୋକାନୀ ଚାଉଳର ବ୍ୟାଗ ଉପରେ ଲିମିଟ ଲଗାଇ ଦେଲେ । କେତେକ ସ୍ଥାନରେ ଏହାର ସ୍ଥିତି ସାମାନ୍ୟ କରିବା ପାଇଁ ‘ପ୍ରତି ପରିବାରୁ କେବଳ ଗୋଟିଏ ଚାଉଳ ବ୍ୟାଗ’ ର ନୋଟିସ ଲଗାଇ ଦେଲେ । କିନ୍ତୁ ଚାଉଳର ଏଭଳି ଅବସ୍ଥାକୁ ନେଇ ଚିନ୍ତା ବଢିଗଲା ।
ଗୋଟିଏ କଥାର ଆଶଙ୍କା ବଢାଇ ଦିଆଯାଇଛି ଯେ, ଲୋକେ ଚାଉଳକୁ ସଂଚୟ କରି ରଖି ପରେ ଅନଲାଇନ ପ୍ଲାଟଫର୍ମ ଦ୍ୱାରା ଅଧିକ ଟଙ୍କାରେ ବିକ୍ରି କରିବେର ସନ୍ଦେହ କରାଯାଉଛି । ଅଣ-ବାସମତି ଚାଉଳ ରପ୍ତାନି ଉପରେ ଭାରତର ନିଷେଧାଦେଶ ବିଶ୍ୱ ସ୍ତରକୁ ବିଶେଷ କରି ବିଦେଶୀ ଭାରତୀୟଙ୍କୁ ପ୍ରଭାବିତ କରିଛି। ଅନେକ ଏନଆରଆଇ ସୋନା ମାସୁରୀ ଚାଉଳକୁ ୧୦-୧୫ ବ୍ୟାଗ କିଣିଥିବାର ଜଣା ପଡିଛି ।

ଜଣେ ଏନଆରଆଇ ଟ୍ୱିଟର ମାଧ୍ୟମରେ ଭାରତ ଦ୍ୱାରା ଚାଉଳ ରପ୍ତାନି ଉପରେ ନିଷେଧାଦେଶର ପ୍ରଭାବ ଦେଖାଇବାକୁ ଚେଷ୍ଟା କରିଥିଲେ। ସେ କିରାଣି ଦୋକାନରେ ଭିଡ଼ ଜମାଇଥିବା ଏବଂ ଲୋକମାନେ ଶୀଘ୍ର କିଣୁଥିବା ଭିଡିଓ ସେୟାର କରିଥିଲେ । ଏନେଇ ଚାଉଳ ରପ୍ତାନିକାରୀ ଡେକାନ୍ ଗ୍ରେନ୍ ଇଣ୍ଡିଆର ନିର୍ଦ୍ଦେଶକ କିରଣ କୁମାର ପୋଲା କହିଛନ୍ତି ଯେ ଚାଉଳର ଉପଲବ୍ଧତାକୁ ନେଇ ଆମେରିକାର ଏନଆରଆଇମାନେ ଚିନ୍ତା କରିବା ଆବଶ୍ୟକ ..କାରଣ ଆମେରିକାରେ ପର୍ଯ୍ୟାପ୍ତ ଷ୍ଟକ ଅଛି ।

Get real time updates directly on you device, subscribe now.