fbpx
BSKY SKY
BSKY SKY

ରେକର୍ଡ ସ୍ତରରେ ଭାରତର ଭାରତର ପୁଞ୍ଜି ବଜାର, ଅନେକ ଦେଶର ଜିଡିପି ମଧ୍ୟ ପଡ଼ିଲେ ପଛରେ

BSKY

ନୂଆଦିଲ୍ଲୀ: ଭାରତୀୟ ପୁଞ୍ଜି ବଜାର ଆଗକୁ ବିଶ୍ୱ ସେୟାର ମାର୍କେଟ୍‌ରେ ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ହାସଲ କରିବାକୁ ଯାଉଛି । ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍‌ଇ) ସେନସେକ୍ସ ବର୍ତ୍ତମାନ ଏହାର ସର୍ବକାଳୀନ ରେକର୍ଡ ସ୍ତର ୬୩,୫୮୩ ପଏଣ୍ଟରୁ ସାମାନ୍ୟ ପଛରେ ରହିଛି । ତେବେ ଭାରତୀୟ ଇକ୍ୱିଟି ବଜାରରେ ବିଦେଶୀ ତଥା ସ୍ଥାନୀୟ ପୁଞ୍ଜି ଦ୍ରୁତ ଗତିରେ ମିଡକ୍ୟାପ୍ ଏବଂ ସ୍ମଲ୍ କ୍ୟାପ୍ ଷ୍ଟକ୍ ଚାର୍ଜକୁ ଆଗେଇ ନେବା ସହିତ ଗୁରୁବାର ସମସ୍ତ ବିଏସଇ ତାଲିକାଭୁକ୍ତ କମ୍ପାନୀ ଗୁଡ଼ିକର ମିଳିତ ବଜାର ପୁଞ୍ଜିକରଣ (ମି-କ୍ୟାପ୍‌) ଆଜୀବନ ରେକର୍ଡ ୨୯୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

୨୦୨୨ ଡିସେମ୍ବର ୧୪ ତାରିଖରେ ସେନସେକ୍ସ ସର୍ବକାଳୀନ ୬୩,୫୮୩,୦୭ ପଏଣ୍ଟ ଛୁଇଁଥିଲା । ସେ ସମୟରେ ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନୀ ଗୁଡ଼ିକର ୧୯୧,୨୫ ଲକ୍ଷ କୋଟି ଟଙଯକା ଥିଲା । ତେବେ ଗୁରୁବାର କାରବାର ଆରମ୍ଭ ସମୟରେ ସେନସେକ୍ସ ୧୫୦ ପଏଣ୍ଟ ହ୍ରାସ ପାଇଥିଲା । ମିଡ୍‌କ୍ୟାପ ଏବଂ ସ୍ମଲ୍ କ୍ୟାପ୍ ସୂଚକାଙ୍କ ଯଥାକ୍ରମେ ୩୨,୧୫୬,୦୯ ଏବଂ ୨୮,୧୬୪,୯୮ ପଏଣ୍ଟ ସହିତ ସର୍ବକଳୀନ ରେକର୍ଡ ସ୍ତର ଛୁଇଁଥିଲା ।

ଗତ ତିନିମାସରେ ମଧ୍ୟରେ ପ୍ରାୟ ୧୦% ବୃଦ୍ଧି ସହିତ ଉଭୟ ସେନସେକ୍ସ ଏବଂ ନିଫ୍ଟି ବର୍ତ୍ତମାନ ସେମାନଙ୍କ ଜୀବନକାଳର ଉଚ୍ଚ ସ୍ତର ଆଖପାଖରେ ରହିଛନ୍ତି । ତେବେ ଏହି ଆଖିଦୃଶିଆ ବୃଦ୍ଧିରେ ବଡ଼ ଯୋଗଦାନ ମିଡ୍‌କ୍ୟାପ ଏବଂ ସ୍ମଲ୍ କ୍ୟାପ୍‌ର ରହିଛି । ଏହି ଦୁଇ କ୍ଷେତ୍ରରେ ଗତ ୩ ମାସରେ ଯଥାକ୍ରମେ ୧୬% ଏବଂ ୧୭% ପ୍ରତିଶତ ବୃଦ୍ଧି ପାଇଛି । ୨୦୨୩-୨୪ ଆର୍ଥିକ ବର୍ଷର ବର୍ତ୍ତମାନ ସୁଦ୍ଧା ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍‌ଆଇଆଇ) ମାନେ ବଜାରରେ ୬୬,୭୩୦ କୋଟି ନିବେଶ କରିଛନ୍ତି ।

Get real time updates directly on you device, subscribe now.