fbpx

ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ବଡ ସଫଳତା, ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ:ଜାମ୍ମୁ କାଶ୍ମୀରରରେ ସୁରକ୍ଷା କର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । କୁପୱାରାରେ ସୁରକ୍ଷା କର୍ମୀ ଓ ପୋଲିସର ମିଳିତ ଅପରେସନ ବଳରେ ଆଜି ୫ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୀମା ପାର୍ ହୋଇ ଅନୁପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଏହି ସମସ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି ।

ସୁରକ୍ଷା କର୍ମୀ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଛନ୍ତି ଓ ଏବେ ବି ଏଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । କାଶ୍ମୀର ପୋଲିସ ଏଡିଜିପି କହିଛନ୍ତି ଏଠାରେ ଆତଙ୍କବାଦୀ ଲୁଚି ରହିଥିବାର ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା । ଏହା ପରେ ଏହି ମିଳିତ ଅପରେସନ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.