fbpx
BSKY SKY
BSKY SKY

ଶେଷ ରଜରେ ସକାଳୁ ଭୀଷଣ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ, ପଶ୍ଚିମରେ ତାତି ଉପକୂଳରେ ଗୁଳୁଗୁଳି

BSKY

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ୨୫ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଶୁକ୍ରବାର ସକାଳୁ ସକାଳୁ ରାଜ୍ୟରେ ଅଗ୍ନି ବର୍ଷା ହେଉଛି। ଆଜି ସକାଳ ୮ ଟା ୩୦ ସୁଦ୍ଧା ତାପମାତ୍ରା ପଶ୍ଚିମ ଓଡ଼ିଶାରେ ରେକର୍ଡ ଭାଙ୍ଗୁଥିବା ବେଳେ ଉପକୂଳ ଓଡ଼ିଶାରେ ଆଦ୍ରତା ଜନଜୀବନକୁ ଅସହ୍ୟ କରି ଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ୩ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ, ପ୍ରଭାବରେ ୧୮ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ , ୧୮ ଯାଏଁ କିଛି-କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ ରୁ ୭ ଡ଼ିଗ୍ରୀ ଅଧିକ ରେକର୍ଡ ହେବ ସମ୍ଭାବନା ରହିଛି। ପରବର୍ତୀ ସମୟରେ ତାତି କମିପାରେ।

ଶୁକ୍ରବାର ସକାଳ ୮ ଟା ୩୦ ସୁଦ୍ଧା ରାଜଧାନୀରେ ୩୪.୨ ଡ଼ିଗ୍ରୀ ତାପମାତ୍ରା ଏବଂ ୭୩% ଆଦ୍ରତା ରେକର୍ଡ କରାଯାଇଛି। ସେହିଭଳି ଝାରସୁଗୁଡା: ୩୮.୬ ଡ଼ିଗ୍ରୀ, ସମ୍ବଲପୁର: ୩୬.୪ ଡ଼ିଗ୍ରୀ ହୀରାକୁଦ: ୩୬ ଡ଼ିଗ୍ରୀ କେନ୍ଦୁଝର: ୩୪.୮ ଡ଼ିଗ୍ରୀ, ବାଲେଶ୍ୱର: ୩୪ ଡ଼ିଗ୍ରୀ, ଚାନ୍ଦବାଲି: ୩୩.୬ ଡ଼ିଗ୍ରୀ, ଗୋପାଳପୁର: ୩୩.୨ ଡ଼ିଗ୍ରୀ, ପୁରୀ: ୩୩ ଡ଼ିଗ୍ରୀ, ପାରାଦୀପ: ୩୨.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି।

Get real time updates directly on you device, subscribe now.