fbpx
BSKY SKY
BSKY SKY

କ୍ୟାରିୟର୍‌ର ଦ୍ରୁତତମ ଗୋଲ୍ ସ୍କୋର କଲେ ଲିଓନେଲ୍ ମେସି, ଅଷ୍ଟ୍ରେଲିଆକୁ ୨-୦ ଗୋଲ୍‌ରେ ହରାଇଲା ଅର୍ଜେଣ୍ଟିନା

BSKY

ନୂଆଦିଲ୍ଲୀ: ବିଶ୍ୱ ବିଜେତା ଅର୍ଜେଣ୍ଟିନା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ ବିଜୟୀ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ଗୁରୁବାର ମ୍ୟାଚର ୭୯ ତମ ସେକେଣ୍ଡରେ ମେସି ଗୋଲ ସ୍କୋର କରି ନିଜ ଦଳକୁ ଏହି ବିଜୟ ଦେଇଥିଲେ । ଏହା ତାଙ୍କ କ୍ୟାରିୟର୍‌ର ସବୁଠାରୁ ଦ୍ରୁତତମ ଗୋଲ୍ ସ୍କୋର ରହିଥିଲା ।

ମ୍ୟାଚ୍‌ର ଦ୍ୱିତୀୟ ମିନିଟରେ, ଏନଜୋ ଫର୍ଣ୍ଣାଣ୍ଡିଜଙ୍କ ପାସ୍‌ରେ ମେସି ଗୋଲ୍‌ରେ ପରିଣତ କରିଥିଲେ । ଏହାପୂର୍ବରୁ, ମେସି ୨୦୧୮ ରେ ଚାମ୍ପିଅନ୍ସ ଲିଗରେ ଚେଲ୍ସ ବିପକ୍ଷରେ ୧୨୬ ସେକେଣ୍ଡରେ ଦ୍ରୁତତମ ଗୋଲ୍ ସ୍କୋର କରିଥିଲେ । କ୍ରମାଗତ ସପ୍ତମ ମ୍ୟାଚ୍‌ରେ ଆର୍ଜେଣ୍ଟିନା ପାଇଁ ମେସି ସ୍କୋର କରିଥିଲେ । ଦ୍ୱିତୀୟାର୍ଦ୍ଧରେ ରୋଡ୍ରିଗୋ ଡି ପାଲ ଆର୍ଜେଣ୍ଟିନା ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ।

ତେବେ ଏହି ଗୋଲ୍ ପରେ ଅଷ୍ଟ୍ରେଲିଆ ଖେଳାଳି ଲଢୁଆ ପ୍ରଦର୍ଶନ କରିଥିଲେ । ଫଳରେ ଅର୍ଜେଣ୍ଟିନାକୁ ଦ୍ୱିତୀୟ ଗୋଲ୍ ପାଇଁ ୬୬ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲା ୬୮ ତମ ମିନିଟ୍‌ରେ ଜର୍ମାନ୍ ପେଜେଲା ଏହି ଗୋଲ୍ ସ୍କୋର କରିଥିଲେ ।

Get real time updates directly on you device, subscribe now.