fbpx

କ୍ରେଡିଟ୍ କାର୍ଡର ବିଲ୍ ପେମେଣ୍ଟ ଲାଗି ପାଖରେ ପଇସା ନ ଥିଲେ ଆପଣାନ୍ତୁ ଏହି ଉପାୟ, ପକେଟରୁ ସରିବନି ଗୋଟିଏ ବି ପଇସା

ନୂଆଦିଲ୍ଲୀ:ଆଜିକାଲି କ୍ରେଡିଟ୍ କାର୍ଡ ବ୍ୟବହାର କରିବା ଏକ ସାଧାରଣ କଥା ହୋଇଯାଇଛି । ଅଧିକାଂଶ ଲୋକ ନିଜ ଅର୍ଥନୀତିକୁ ମ୍ୟାନେଜ୍ କରିବା ଲାଗି ଶପିଂ, ରିଚାର୍ଜ, ସବସ୍କ୍ରିପସନ୍, ବିଲ୍ ପେମେଣ୍ଟ ଆଦି କ୍ରେଡିଟ୍ କାର୍ଡ ଜରିଆରେ ହିଁ କରୁଛନ୍ତି ।
କ୍ରେଡିଟ୍ କାର୍ଡ ବ୍ୟବହାର କରିବାର ବହୁ ଲାଭ ରହିଛି । ଏଥିରେ ଆପଣଙ୍କୁ ବିନା ସୁଧରେ ଟଙ୍କା ମିଳିଯାଇଥାଏ । ଏହା ସହିତ କ୍ୟାସ୍ ବ୍ୟାକ୍ ଓ ଡିସକାଉଣ୍ଟ ଅଫର ମଧ୍ୟ ମିଳି ଯାଇଥାଏ ଯାହା ସଞ୍ଚୟ କରିବାରେ ସହାୟକ ହୋଇଥାଏ । କ୍ରେଡିଟ୍୍ କାର୍ଡର ଏହି ସୁବିଧାକୁ ଦେଖି ବହୁ ଲୋକ ନିଜ ପାଖରେ ଏକରୁ ଅଧିକ କ୍ରେଡିଟ୍ କାର୍ଡ ରଖୁଛନ୍ତି ।

କ୍ରେଡିଟ୍ କାର୍ଡରେ ତ ପେମେଣ୍ଟ କରିବା ବହୁତ ସହଜ ହୋଇଥାଏ କିନ୍ତୁ ସମସ୍ୟା ସେତେବେଳେ ଆସିଥାଏ ଯେତେବେଳେ ଏହାର ବିଲ୍ ପେମେଣ୍ଟ ସମୟ ଆସିଥାଏ । କ୍ରେଡିଟ୍ କାର୍ଡରେ ବିଲ୍ ପେମେଣ୍ଟ କରିବା ଲାଗି ଆପଣଙ୍କୁ ପ୍ରତି ମାସରେ ମୋଟା ଆକାରରେ ଅର୍ଥ ଦେବାକୁ ପଡିଥାଏ । ବହୁ ସମୟରେ ଏପରି ବି ହୋଇଥାଏ ଯେ, ଯେତେବେଳେ କ୍ରେଡିଟ୍ କାର୍ଡର ବିଲ୍ ଆସିଥାଏ ଆଉ ସେତେବେଳେ ଆପଣଙ୍କ ପାଖରେ ସେତିକି ବାଲାନ୍ସ ନ ଥାଏ । ଏପରି ସ୍ଥିତିରେ ଆମେ ଆପଣଙ୍କୁ କ୍ରେଡିଟ୍ କାର୍ଡରେ ବିଲ୍ ପେମେଣ୍ଟ କରିବାର ଏପରି ଏକ ଉପାୟ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ ନିଜ ପକେଟ୍ରୁ କିଛି ବି ଦେବାକୁ ପଡିବ ନାହିଁ ।

ବାଲାନ୍ସ ଟ୍ରାନ୍ସଫର ଜରିଆରେ କରିପାରିବେ ବିଲ୍ ପେମେଣ୍ଟ:
ଏହା ଖୁବ୍ କମ୍ କ୍ରେଡିଟ୍ କାର୍ଡ ୟୁଜର ଜାଣନ୍ତି କି ସେମାନେ ବାଲାନ୍ସ ଟ୍ରାନ୍ସଫର ଜରିଆରେ ନିଜର ବିଲ୍ ପେମେଣ୍ଟ କରିପାରିବେ ବୋଲି । ଏଥିପାଇଁ ଆପଣଙ୍କ ନିକଟରେ ଏକରୁ ଅଧିକ କ୍ରେଡିଟ୍ କାର୍ଡ ଥିବା ଜରୁରୀ । ବାଲାନ୍ସ ଟ୍ରାନ୍ସଫର ତାହାକୁ କୁହାଯାଏ ଯେଉଁଠି ଆପଣ ଗୋଟିଏ କ୍ରେଡିଟ୍ କାର୍ଡର ବାକି ପଇସାକୁ ଅନ୍ୟ ଏକ କ୍ରେଡିଟ୍ କାର୍ଡକୁ ଟ୍ରାନ୍ସଫର କରିପାରିବେ । ଏହାର ଅର୍ଥ ଆପଣ ଏକ କ୍ରେଡିଟ୍ କାର୍ଡ ଜରିଆରେ ଅନ୍ୟ କ୍ରେଡିଟ୍ କାର୍ଡର ବିଲ୍ ପେମେଣ୍ଟ କରିପାରିବେ ।
ଧାର୍ଯ୍ୟ ସମୟ ସୁଦ୍ଧା ବିଲ୍ ଭରଣା ନ କଲେ ଦେବାକୁ ପଡିବ ପେନାଲଟି :
ତେବେ କ୍ରେଡିଟ୍ କାର୍ଡର ବାଲାନ୍ସ ଟ୍ରାନ୍ସଫର କରିବା ଲାଗି ଆପଣଙ୍କୁ ଚାର୍ଜେସ୍ ବା ଇଣ୍ର୍ଟ୍ରେଷ୍ଟ ବି ଦେବାକୁ ହେବ । ଏଣୁ ଆପଣଙ୍କୁ ସମସ୍ତ ଚାର୍ଜେସ୍ ଓ ଇଣ୍ଟ୍ରେଷ୍ଟ ବିଷୟରେ ଜାଣି ରଖିବାକୁ ପଡିବ । କିନ୍ତୁ ଏହା ଆପଣଙ୍କୁ ସେତେବେଳେ କରିବାକୁ ପଡିବ ଯେତେବେଳେ ଆପଣଙ୍କ ପାଖରେ କ୍ରେଡିଟ୍ କାର୍ଡର ବିଲ୍ ଭରିବା ଲାଗି ପର୍ଯ୍ୟାପ୍ତ ମାତ୍ରାରେ ବାଲାନ୍ସ ନ ଥାଏ । ଯଦି ଆପଣ ଧାର୍ଯ୍ୟ ସମୟ ସୁଦ୍ଧା କ୍ରେଡିଟ୍ କାର୍ଡର ବିଲ୍ ଭରଣା କରୁନାହାନ୍ତି ତେବେ ଆପଣଙ୍କୁ ପେନାଲଟି ଓ ସୁଧ ଭାବରେ ବଡ ସଂଖ୍ୟାରେ ଅର୍ଥ ଭରଣା କରିବାକୁ ପଡିବ । ତେଣୁ ଏଥିରୁ ରକ୍ଷା ପାଇବା ଲାଗି ଆପଣ ବାଲାନ୍ସ ଟ୍ରାନ୍ସଫର କରିପାରିବେ ।
କେତେ ଟଙ୍କା ଟ୍ରାନ୍ସଫର କରିପାରିବେ:
ଏବେ ପ୍ରଶ୍ନ ଆପଣ କେତେ ଟଙ୍କା ଟ୍ରାନ୍ସଫର କରିପାରିବେ । କ୍ରେଡିଟ୍ କାର୍ଡର ଲିମିଟ୍ ଯେତିକି ରହିଛି ଆପଣ ସେତିକି ଟଙ୍କା ଟ୍ରାନ୍ସଫର କରିପାରିବେ । ଯଦି ଆପଣଙ୍କ କ୍ରେଡିଟ୍ କାର୍ଡ ଲିମିଟ୍ ୧ ଲକ୍ଷ ତେବେ ଆପଣ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଲ୍ ଟ୍ରାନ୍ସଫର ସହଜରେ କରିପାରିବେ । କେବଳ ଏତିିକି ନୁହେଁ ଆପଣ ବାଲାନ୍ସ ଟ୍ରାନ୍ସଫରରେ ଇଏମ୍ ଆଇ ବିକଳ୍ପ ମଧ୍ୟ ଚୟନ କରିପାରିବେ ।

 

Get real time updates directly on you device, subscribe now.