fbpx
BSKY SKY
BSKY SKY

୪୨ ହଜାର କୃଷକଙ୍କ ବନ୍ଦ ହୋଇପାରେ ସମ୍ମାନ ନିଧି : ଶୀଘ୍ର କରନ୍ତୁ ଏହି କାମ ନହେଲେ ମିଳିବନି ପରବର୍ତ୍ତୀ କିସ୍ତି

BSKY

ନୂଆଦିଲ୍ଲୀ: କାନପୁର ଜିଲ୍ଲାର ୪୨ ହଜାର ଚାଷୀଙ୍କର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବନ୍ଦ ହୋଇପାରେ । ଯେଉଁ କୃଷକମାନେ ନ ଏପର୍ଯ୍ୟନ୍ତ ଇ- କେୱାଇସି, ଭୁଲେକ୍ ମାର୍କିଂ ଏବଂ ଆଧାର କାର୍ଡ ଅପଡେଟ୍ କରିନାହାଁନ୍ତି, ସେମାନଙ୍କ ପାଖରେ ଜୁନ୍ ୨୩ ପର୍ଯ୍ୟନ୍ତ ସମୟ ରହିଛି । ଯେଉଁ ଚାଷୀଙ୍କ ଡକ୍ୟୁମେଣ୍ଟ୍ ସଂପୂର୍ଣ୍ଣ ରହିଛି, ସେମାନେ ଏହି ମାସରେ କିସ୍ତି ପାଇପାରିବେ । ଗତଥର ୨.୦୫ ଲକ୍ଷ ଲୋକଙ୍କ ସମ୍ମାନ ନିଧି ଆସିଥିଲା । ସରକାର ସମ୍ମାନ୍ ନିଧିର ଚତୁର୍ଦ୍ଦଶ କିସ୍ତି ଜାରି କରିବା ଆରମ୍ଭ କରିଛନ୍ତି ।

ତେବେ ପିଏମ କିଷାନ ପୋର୍ଟଲରେ କୁହାଯାଇଛି ଯେ, ଆଧାର ଅଧାରିତ ଓଟିପି ପ୍ରାମାଣିକରଣ ପାଇଁ ଚାଷୀମାନଙ୍କୁ Kisan Cornerରେ e-KYC ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ । ବାୟୋମେଟ୍ରିକ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟର ଯିବାକୁ ପଡିବ । ଏହି କାମ ଘରେ ବସି ମୋବାଇଲ୍, କମ୍ପ୍ୟୁଟର କିମ୍ବା ଲାପଟପ୍ ରୁ ଆପଣ କରିପାରିବେ ।

ଜାଣନ୍ତୁ ଏହାର ପ୍ରୋସେସ୍:-

– ଆଧାର ଆଧାରିତ OTP ପ୍ରାମାଣିକରଣ ପାଇଁ Kisan Cornerରେ ଥିବା ‘e-KYC’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
– ବାୟୋମେଟ୍ରିକ୍ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟ ସହ ଯୋଗାଯୋଗ କରନ୍ତୁ ।
– ଆପଣ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ଏହାକୁ ଘରେ ବସି କରିପାରିବେ ।
– ଏଥିପାଇଁ, ସର୍ବପ୍ରଥମେ ଆପଣ https://pmkisan.gov.in/ପୋର୍ଟାଲକୁ ଯାଆନ୍ତୁ ।
– ଡାହାଣ ପାର୍ଶ୍ୱରେ ଆପଣ ଏହିପରି ଟ୍ୟାବ୍ ମିଳିବ । ସବୁଠାରୁ ଉପରେ e-KYC ଲେଖାଥିବା ମିଳିବ, ଏହା ଉପରେ କ୍ଲିକ କରନ୍ତୁ ।

 

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।

– ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ ।

– ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

 

Get real time updates directly on you device, subscribe now.