fbpx

ଅନ୍ଧବିଶ୍ୱାସର ଭୟଙ୍କର ପରିଣତି: କ୍ଷୀର ପିଉ ନ ଥବାରୁ ୫ ଦିନର ଶିଶୁର ହାତକୁ ଗରମ ତେଲରେ ପୋଡିିଦେଲା ମା’

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ବାରବାଙ୍କୀରୁ ଆସିଛି ଏପରି ଏକ ଚକିତ କରିଦେବା ଭଳି ଖବର । ଯେଉଁଠି ପିଲା ଲାଗି ମା ନିଜର ଜୀବନ ବାଜି ଲଗାଇବାକୁ ବି ପଛାଇ ନ ଥାଏ ସେଠି ଏପରି ଏକ ଖବର ଶୁଣି ସମସ୍ତଙ୍କ ପାଟିରୁ ଏବେ ବାହାରୁଛି କଳିଯୁଗରେ ମା’ ବି କ’ଣ ବଦଳିଗଲା । ବାରବାଙ୍କୀରେ ଜଣେ ମା ନିଜର ୫ ଦିନର ଶିଶୁର ହାତକୁ ଗରମ ତେଲରେ ପୋଡି ଦେଇଛି । ତେବେ ଏହି ନବଜାତକ ଜନ୍ମ ପରେ କାନ୍ଦୁ ନ ଥିବାରୁ ଆଉ କ୍ଷୀର ପିଉ ନ ଥିବାରୁ ମହିଳା ଜଣକ ଏହାକୁ କୌଣସି ଭୂତ ପ୍ରେତର ପ୍ରଭାବ ବୋଲି ଭାବି ପିଲାଟିର ହାତକୁ ଗରମ ତେଲରେ ଜଳାଇ ଦେଇଛି । ତେବେ ଏକ କଅଁର୍ଳ ଶିଶୁକୁ ଏପରି ଦୟନୀୟ ଭାବରେ ଯନ୍ତ୍ରଣା ଦେବା ସମୟରେ ସେହି ମହିଳା କିମ୍ବା ତାଙ୍କ ସ୍ୱାମୀଙ୍କ ହୃଦୟ ଆଦୌ ବିଚଳିତ ହୋଇ ନ ଥିଲା ।

ବାରବାଙ୍କୀ ଫତେପୁର ଥାନା ଇସରୌଲିରେ ରହୁଥିବା ଆଶିୟା ଓ ତାଙ୍କ ସ୍ୱାମୀ ଇରଫାନ୍ ନିଜର ୫ ଦିନର ଶିଶୁ ପ୍ରତି ଏପରି ନିର୍ଦ୍ଦୟ ଆଚରଣ ଦେଖାଇଛନ୍ତି । ଆଶିୟା କହିଛନ୍ତି ତାଙ୍କ ପିଲା ଜନ୍ମ ହେବା ପରଠାରୁ କ୍ଷୀର ପିଉ ନ ଥିବାରୁ ଓ କାନ୍ଦୁ ନ ଥିବାରୁ ସେ ଏହା ଭୂତ ପ୍ରେତର ପ୍ରଭାବ ଭାବି କରିଥିଲେ । ମହିଳା କହିଛନ୍ତି ପୂର୍ବରୁ ତାଙ୍କର ଦୁଇଟି ଶିଶୁ ମରି ସାରିଛନ୍ତି । ତେଣୁ ଏହି ପିଲାକୁ ବି କାଳେ କଣ ହୋଇଯିବ ଭାବି ସେ ଏପରି କରିଥିଲେ ।

ତେବେ ମହିଳା ଜଣକ ଶିଶୁର ଗୋଟିଏ ଅଙ୍ଗୁଳି ଜଳାଇବାକୁ ଚାହୁଁଥିବା ବେଳେ ତାର ୫ ଗୋଟି ଅଙ୍ଗୁଳି ଜଳି ଯାଇଛି । ମହିଳା କହିଛନ୍ତି ଯେବେ ଠାରୁ ସେ ତାର ଅଙ୍ଗୁଳି ଜଳାଇଛନ୍ତି ସେବେଠାରୁ ସେ କାନ୍ଦିବା ଆରମ୍ଭ କରିଛି ଓ କ୍ଷୀର ମଧ୍ୟ ପିଉଛି । ଅନ୍ୟପକ୍ଷରେ ପିତା ନିଜକୁ ନିର୍ଦ୍ଦୋଷ ଦର୍ଶାଇବାକୁ ଯାଇ କହିଛି ଆଶିୟା ଏପରି କରିଥିବା ବେଳେ ସେ ଘରେ ନ ଥିଲେ ।

Get real time updates directly on you device, subscribe now.