fbpx

ଚନ୍ଦ୍ରଯାନ ୩ କୁ ଧରି ୩୮୪,୪୦୦ କିଲୋମିଟର ଦୂର ଚନ୍ଦ୍ରପୃଷ୍ଠକୁ ଯିବ ଇସ୍ରୋର ବାହୁବଳୀ, ଲକ୍ଷ୍ୟ ପୃଥିବୀ ବାହାରେ ମହାକାଶଯାନର ସଫ୍ଟ ଲ୍ୟାଣ୍ଡିଂ କ୍ଷମତା ହାସଲ

ନୂଆଦିଲ୍ଲୀ:ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଏହାର ଚନ୍ଦ୍ରୟାନ -୩ ମିଶନକୁ ଶ୍ରୀହରିକୋଟା ସତୀଶ ଧାୱନ ସ୍ଥିତ ମହାକାଶ କେନ୍ଦ୍ରରୁ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ଜିଏସଏଲ୍ଭି ଏମକେ ୩ ଜରିଆରେ ଲଞ୍ଚ କରିବ । ଏହା ଏକ ୩ ପର୍ଯ୍ୟାୟ ବିଶିଷ୍ଟ ଲଞ୍ଚ ଭେଇକିଲ୍ ଯାହାର ନିର୍ମାଣ ଇସ୍ରୋ କରିଛି । ଦେଶର ସବୁଠାରୁ ଏହି ହେଭି ଲଞ୍ଚ ଭେଇକିଲ୍ ବାହୁବଳୀ ଭାବରେ ପରିଚିତ । ଏହି ମିଶନର ଲକ୍ଷ୍ୟ ହେଉଛି ପୃଥିବୀ ବାହାରେ କୌଣସି ଅନ୍ୟ ସ୍ଥାନରେ ନିଜ ମହାକାଶଯାନର ସଫ୍ଟ ଲ୍ୟାଣ୍ଡିଂ କ୍ଷମତା ହାସଲ କରିବା । ଏହା ପୂର୍ବରୁ ବିଶ୍ୱର ଅନ୍ୟ ୩ ଦେଶ ଏହି ପ୍ରକାର ଜ୍ଞାନ କୌଶଳ ହାସଲ କରିଛନ୍ତି ।

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଚନ୍ଦ୍ରକୁ ଯାତ୍ରା ଲାଗି ଚନ୍ଦ୍ରଯାନ ୩ ମିଶନର ନୂଆ ଫଟୋ ଜାରି କରିଛି । ଏବେ ଇସ୍ରୋ ଲଞ୍ଚ ଭେଇକିଲ୍ ସହିତ ମିଶନର ଇଣ୍ଟିଗ୍ରେସନ ଉପରେ କାମ କରୁଛି । ଚନ୍ଦ୍ରଯାନ ୩ ମିଶନ ଜିୟୋସିଙ୍କ୍ରୋନସ୍ ଲଞ୍ଚ ଭେଇକିଲ୍ ମାର୍କ ୩ ସାହାଯ୍ୟରେ ଲଞ୍ଚ ହେବ ଯାହା ଭାରତର ସବୁଠାରୁ ଭାରି ରକେଟ୍ ।

ଚନ୍ଦ୍ରଯାନ ୩ରେ ଏକ ସ୍ୱଦେଶୀ ଳ୍ୟାଣ୍ଡର ମଡ୍ୟୁଲ, ଏକ ପ୍ରପୋଲସନ୍ ମଡ୍ୟୁଲ ଓ ଏକ ରୋଭର୍ ସାମିଲ ରହିଛି ଯାହାର ଉଦ୍ଦେଶ୍ୟ ମହାକାଶ ମିଶନ ଲାଗି ଆବଶ୍ୟକ ନୂଆ ଟେକନିକ୍ ବିକଶିତ ଓ ପ୍ରଦର୍ଶିତ କରିବା । ଇସ୍ରୋ ପ୍ରମୁଖ ଏସ୍ ସୋମନାଥ କହିଛନ୍ତି ମହାକାଶ ସଂସ୍ଥା ୧୨ ଜୁଲାଇରୁ ୧୯ ଜୁଲାଇ ମଧ୍ୟରେ ଚନ୍ଦ୍ରଯାନ ୩ ମିଶନ ଲଞ୍ଚ କରିବ । ଇସ୍ରୋ କହିଛି ଲ୍ୟାଣ୍ଡର ମଡ୍ୟୁଲ ନିକଟରେ ଚନ୍ଦ୍ରର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଲ୍ୟାଣ୍ଡ କରିବା ଓ ରୋଭରକୁ ସ୍ଥାପନ କରିବାର କ୍ଷମତା ରହିଛି । ଏହା ନିଜର ଗତିଶୀଳତା ସହିତ ଚନ୍ଦ୍ରମା ପୃଷ୍ଠରେ ରାସାୟନିକ ବିଶ୍ଲେଷଣ କରିବ । ଲ୍ୟାଣ୍ଡର ଓ ରୋଭର ନିକଟରେ ଚନ୍ଦ୍ରମା ପୃଷ୍ଠରେ ପ୍ରୟୋଗ କରିବା ଲାଗି ସାଇଣ୍ଟିଫିକ୍ ପେଲୋଡସ୍ ରହିବ ।

Get real time updates directly on you device, subscribe now.