fbpx
BSKY SKY
BSKY SKY

IKIO Lighting IPO: ଆଇକିୟୋ ଲାଇଟିଂର ଧମାକାଦାର ଏଣ୍ଟ୍ରି, ସେୟାର ମାର୍କେଟ୍‌ରେ ତାଲିକାଭୁକ୍ତ ହେଉ ହେଉ ଧନୀ ହୋଇଗଲେ ନିବେଶକ

BSKY

ମୁମ୍ବାଇ: ଆଇକିୟୋ ଲାଇଟିଂ ସେୟାର ନିକଟରେ ଆଇପିଓ ଆଣିବା ପରେ ଶୁକ୍ରବାର ସେୟାର ବଜାରରେ ଧମାକାଦାର ଏଣ୍ଟ୍ରି କରିଛି। କମ୍ପାନିର ସେୟାର ବିଏସ୍‌ଇ ଏବଂ ଏନ୍‌ଏସ୍‌ଇରେ ପ୍ରାୟ ୩୮ ପ୍ରତିଶତ ପ୍ରିମିୟମ ସହିତ ତାଲିକାଭୁକ୍ତ ହୋଇଥିଲା। ଏହିପରି ଭାବେ ଆଇକିୟୋ ଲାଇଟିଂ ବଜାରରେ ପ୍ରବେଶ କରିବା ମାତ୍ରେ ଏହାର ନିବେଶକ ମାନଙ୍କୁ ମୋଟା ଅଙ୍କର ଲାଭ ଦେଇଛି।

ଆଇକିୟୋ ଲାଇଟିଂର ସେୟାର ଶୁକ୍ରବାର ସକାଳ ୧୦ଟାରେ ବିଏସ୍‌ଇ ଏବଂ ଏନ୍‌ଏସ୍‌ଇରେ ଲିଷଯଟିଂ ହୋଇଥିଲା। ଏହା ସହିତ ସେୟାର ବଜାରରେ ଏହାର କାରବାର ଆରମ୍ଭ ହୋଇଯାଇଛି। କମ୍ପାନୀର ସେୟାର ବିଏସ୍‌ଇରେ ୩୭.୧୯% ପ୍ରିମିୟମ ସହିତ ୩୯୧ ଟଙ୍କାରେ ଲିଷ୍ଟିଂ ହୋଇଥିଲା। ସେହିଭଳି ଏନ୍‌ଏସ୍‌ଇରେ ୩୭.୭୧ ପ୍ରତିଶତ ବୃଦ୍ଧି ସହିତ ୩୯୨.୫ରେ କାରବାର ଆରମ୍ଭ କରିଥିଲା।

ଆଇକିୟୋ ଲାଇଟିଂ ଏହି ଆଇପିଓ ମାଧ୍ୟମରେ ପ୍ରାୟ ୬୦୭ କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି। ଏହି ଆଇପିଓ ସଦସ୍ୟତା ପାଇଁ ୬ ଜୁନ୍ ରେ ଖୋଲା ଯାଇଥିଲା ଏବଂ ୮ ଜୁନ୍ ପର୍ଯ୍ୟନ୍ତ ବିଡ୍ କରାଯାଇଥିଲା। କମ୍ପାନୀ ଆଗାମୀ ଆଇପିଓର ମୂଲ୍ୟ ବ୍ୟାଣ୍ଡକୁ ୨୭୦-୨୮୫ ଟଙ୍କା ସ୍ଥିର କରିଛି। ଗୋଟିଏ ଲଟରେ ଏହାର ୫୨ ଟି ସେୟାର ଥିଲା। ଏହାର ଅର୍ଥ ହେଉଛି ଗୋଟିଏ ଭାଗ ପାଇଁ ନିବେଶକଙ୍କୁ ୧୪,୮୨୦ ଟଙ୍କା ସେଲ କରିବାକୁ ପଡିଲା।

Get real time updates directly on you device, subscribe now.