fbpx

ଭାରତ ସାଜିଲା “Snake Bite Capital”… ଆଗକୁ ଆହୁରି ଭୟଙ୍କର ହୋଇପାରେ ସ୍ଥିତି

ନୂଆଦିଲ୍ଲୀ: ବିଗତ କିଛି ଦିନରେ ବିଭିନ୍ନ ସ୍ଥାନରୁ ସାପ କାମୁଡ଼ା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ସାପ କାମୁଡ଼ା ଏବଂ ଏଥିରେ ମୃତ୍ୟୁ ମାମଲାରେ ମଧ୍ୟ ବୃଦ୍ଧି ରେକର୍ଡ ହୋଇଛି । ଭାରତରେ ସାପ କାମୁଡ଼ା ମାମଲାରେ ହେଉଥିବା ମୃତ୍ୟୁକୁ ନେଇ ଏକ ବଡ଼ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ରିପୋର୍ଟ ଅନୁସାରେ, ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୮୦ ହଜାରରୁ ୧ ଲକ୍ଷ ୩୦ ହଜାର ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଏହି ମୃତ୍ୟୁସଂଖ୍ୟାର ପ୍ରାୟ ୫୦-୬୦ ହଜାର ମାମଲା କେବଳ ଭାରତରେ ହିଁ ହୋଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ରିପୋର୍ଟରେ ପ୍ରକାଶ କରିଛି ।

Get real time updates directly on you device, subscribe now.