fbpx

ୟୁଜିସି ନେଟ୍ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କଲା NTA; ଜାଣନ୍ତୁ କେଉଁ ଦିନ ହେବ ଅନୁଷ୍ଠିତ…

Advertisement

ନୂଆଦିଲ୍ଲୀ: ୟୁଜିସି-ନେଟ୍ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କଲା NTA । ଜୁନ୍ ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଥିଲା । ଏନେଇ ନୂଆ ତାରିଖ ଘୋଷଣା ହୋଇଛି । ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ଅନୁଷ୍ଠିତ ହେବ। ଡାର୍କନେଟରେ ପେପର ଲିକ୍ ହେବା ପରେ ପରୀକ୍ଷା ବାତିଲ ହେବାର ସପ୍ତାହକ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜୁନ୍ ୨୮ ତାରିଖରେ ଏହି ଘୋଷଣା କରିଛି ।

ନୂଆ ତାରିଖ ଅନୁଯାୟୀ, ୟୁଜିସି ନେଟ୍ ଜୁନ୍-୨୦୨୪ ପରୀକ୍ଷା ୨୧ ଅଗଷ୍ଟ ୨୦୨୪ରୁ ୦୪ ସେପ୍ଟେମ୍ବର ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ। ସମସ୍ତ ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ହେବ । ଏନ୍ ସିଇଟି ୨୦୨୪ ପରୀକ୍ଷା ଜୁଲାଇ ୧୦ ତାରିଖରେ ଅନୁଷ୍ଠିତ ହେବ । ମିଳିତ ସିଏସ୍ଆଇଆର୍ ୟୁଜିସି ନେଟ୍ ଜୁଲାଇ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ସର୍ବଭାରତୀୟ ଆୟୁଷ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା (ଏଆଇଏପିଜିଇଟି) ୨୦୨୪ ଜୁଲାଇ ୬ ତାରିଖରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କହିଛି ଯେ ପୂର୍ବରୁ ସ୍ଥଗିତ ଥିବା ନ୍ୟାସନାଲ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍ ସିଇଟି) ଏବେ ଜୁଲାଇ ୧୦ ରେ ଅନୁଷ୍ଠିତ ହେବ । ମିଳିତ ସିଏସଆଇଆର-ୟୁଜିସି ନେଟ୍ ପରୀକ୍ଷା ଜୁଲାଇ ୨୫ରୁ ୨୭ ମଧ୍ୟରେ ଅନୁଷ୍ଠିତ ହେବ । ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ୟୁଜିସି-ନେଟ୍ ପରୀକ୍ଷା ନୂଆ କରି ଅନୁଷ୍ଠିତ ହେବ ।

Get real time updates directly on you device, subscribe now.