ଭୁବନେଶ୍ୱର, ୧୩ା୨ (ଓଡିଶା ଭାସ୍କର): ଆସନ୍ତା ୧୫ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଚାଲିବ । ଆନ୍ଦୋଳନ ସାରା ରାଜ୍ୟରେ ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ପୂର୍ବରୁ ବୁକିଂ ହୋଇଥିବା ସମସ୍ତ ସ୍ଲଟ୍ ବାତିଲ୍ କରିଦିଆଯାଇଛି । ଏନେଇ ସବିଶେଷ ସୂଚନା ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ବୁକିଂ କରିଥିବା ସ୍ଲଟଧାରୀ ଆସନ୍ତା ୨୨ ତାରିଖରେ ଟେଷ୍ଟ ଦେବାର ସମ୍ଭାବନା ରହିଛି ବୋଲି ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତ ବନ୍ଦ ଡାକରାରେ ସ୍ଲଟଧାରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି ।