ଆଜିଠୁ ଭାରତ-ପାକିସ୍ତାନ ଲଢ଼େଇ, ‘ଅପରେସନ୍ ସିନ୍ଦୂର’ର ୩ ମାସ ପରେ ପୁଣି ଦୁଇ ଦେଶ ମୁହାଁମୁହିଁ
ଆଜିଠୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ହେବ ଲଢେଇ।
ନୂଆଦିଲ୍ଲୀ: ପୁଣି ଭାରତ-ପାକିସ୍ତାନ ମୁହାଁମୁହିଁ। ଆଜିଠୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ହେବ ଲଢେଇ। ଅପରେସନ୍ ସିନ୍ଦୂରର ୩ ମାସ ପରେ ପୁଣି ଦୁଇ ଦେଶ ହେବେ ମୁହାଁମୁହିଁ। ପରସ୍ପରକୁ ତାକତ୍ ଦେଖାଇବେ ଉଭୟ ଦେଶର ନୌସେନା।
ହେଲେ ଆହ କୌଣସି ସମ୍ମୁଖ ଯୁଦ୍ଧ ନୁହେଁ ମଝି ସମୁଦ୍ରରେ ଶକ୍ତି ପ୍ରଦର୍ଶନର ଲଢ଼େଇ। ଭିନ୍ନ ଭିନ୍ନ ସମରାଭ୍ୟାସ କରିବେ ଭାରତ ଓ ପାକିସ୍ତାନର ନୌସେନା। ଆଜି ଓ ଆସନ୍ତାକାଲି ଭାରତୀୟ ନୌସେନା କରିବ ସମରାଭ୍ୟାସ। ପାକିସ୍ତାନ ପକ୍ଷରୁ ମଧ୍ୟ ନିଜ ସୀମାରେ ଅଭ୍ୟାସ ନେଇ NOTAM ଜାରି କରାଯାଇଛି।
ଆରବ ସାଗରରେ ୬୦ ନଟିକାଲ୍ ମାଇଲ୍ ଦୂରରେ ଚାଲିବ ଯୁଦ୍ଧାଭ୍ୟାସ। ପ୍ରାୟ ୧୧୧ କି.ମି ଦୂରତାରେ ଶକ୍ତି ଦେଖାଇବେ ଉଭୟ ଦେଶର ନୌସେନା।
ଗୁଜରାଟର ଓଖା ଓ ପୋର୍ ବନ୍ଦର ନିକଟରେ ଯୁଦ୍ଧାଭ୍ୟାସ କରିବ ଇଣ୍ଡିଆନ୍ ନେଭି। ସେହିପରି ପାକିସ୍ତାନ ନୌସେନା ମଧ୍ୟ ଯୁଦ୍ଧାଭ୍ୟାସ ପାଇଁ ‘ନୋଟମ୍’ ଜାରି କରିଛି।