fbpx

ଆଜି ଖେଳାଯିବନି ଭାରତ-ପାକିସ୍ତାନ ମ୍ୟାଚ! Reserve Day ପାଇଁ କ’ଣ ରହିଛି ନିୟମ?

ନୂଆଦିଲ୍ଲୀ: ସୁପର-୪ ଷ୍ଟେଜର ତୃତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ପାକିସ୍ତାନ । ତେବେ ଏହି ମ୍ୟାଚ ମାତ୍ର ୨୪ ଓଭର ଖେଳାଯାଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଅଧାରେ ଅଟକି ରହିଛି ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ତେବେ ଏପର୍ଯ୍ୟନ୍ତ ସୁଦ୍ଧା ଖେଳ ଆରମ୍ଭ ହୋଇ ନଥିବା ବେଳେ ଆଜି ଏହି ମ୍ୟାଚର ଫଳାଫଳ ମିଳିବା କଷ୍ଟକର ହୋଇ ପଡ଼ିଛି । ଅବଶ୍ୟ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଏକ ରିଜର୍ଭ ଡେ’ ରଖାଯାଇଛି । ତେବେ ଯଦି ଏହି ମ୍ୟାଚ ରିଜର୍ଭ ଡେ’ରେ ଖେଳାଯାଏ, ତେବେ କ’ଣ ରହିଛି ଏହାର ନିୟମ ?

ଭାରତ-ପାକିସ୍ତାନ ମହାମୁକାବିଲାରେ ପୁଣି ବାଧକ ସାଜିଛି ବର୍ଷା । ଭାରତୀୟ ଇନିଂସର ମାତ୍ର ୨୪.୧ ଓଭର ଖେଳାଯାଇଥିବା ବେଳେ ହଠାତ୍ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ତେବେ ଆଶା ବଢି ଚାଲିଥିଲେ ମଧ୍ୟ ମ୍ୟାଚ ଖେଳ ହେବାକୁ ନେଇ ଆଶଙ୍କା ମଧ୍ୟ ବଢିବାରେ ଲାଗିଛି । ଆଜି ଉଭୟ ଦଳ ଅତି କମ୍ ରେ ୨୦-୨୦ ଓଭର ଖେଳି ନ ପାରିଲେ ଏହି ମ୍ୟାଚ ରଦ୍ଦ ବୋଲି ଘୋଷଣା କରି ଦିଆଯିବ । ତେବେ ଭାରତ ୨୪ ଓଭର ଖେଳି ସାରିଥିବା ବେଳେ ଯଦି ଖେଳିବା ସମ୍ଭବ ହୁଏ ତେବେ ପାକିସ୍ତାନକୁ ଏହି ଅନୁସାରେ ଲକ୍ଷ୍ୟ ଦିଆଯିବ । ତେବେ ଆଜି ଏହି ମ୍ୟାଚ ଖେଳା ଯାଇ ନ ପାରିଲେ ଆସନ୍ତାକାଲି (ସେପ୍ଟେମ୍ବର ୧୧, ସୋମବାର) ଏଥିପାଇଁ ରିଜର୍ଭ ଡେ’ ରଖାଯାଇଛି । ଏହି ଦିନ ପୁଣିଥରେ ମ୍ୟାଚ ସେହିଠାରୁ ଆରମ୍ଭ ହେବ ଯେଉଁଠି ବନ୍ଦ ହୋଇଛି ।

ଆସନ୍ତାକାଲି ମ୍ୟାଚ କେଳାଗଲେ, ଭାରତ ୨୪.୧(୧୪୭-୨)ରୁ ବ୍ୟାଟିଂ ଆରମ୍ଭ କରିବ । ପାଗ ଠିକ୍ ରହିଲେ ମ୍ୟାଚ ସ୍ୱାଭାବିକ ଭାବରେ ଖେଳାଯିବ ଏବଂ ପାକିସ୍ତାନକୁ ସମ୍ପୂର୍ଣ୍ଣ ୫୦ ଓଭର ଖେଳିବା ପାଇଁ ସୁଯୋଗ ଦିଆଯିବ । ଏହାବ୍ୟତୀତ ଯଦି ଆଜି ଡି/ଏଲ ମେଥଡରେ ଓଭର କଟା ଯାଇଥାଏ, ଏବଂ ମ୍ୟାଚ ୩୫ କିମ୍ବା ୪୦ ଓଭର କରି ଦିଆଯାଏ । ଏହାପରେ ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ ହେଲେ ମଧ୍ୟ ରିଜର୍ଭ ଡେ’ରେ ସମ୍ପୂର୍ଣ୍ଣ ୫୦ ଓଭର ଖେଳିବା ପାଇଁ ସୁଯୋଗ ପାଇବେ ଉଭୟ ଦଳ । କିନ୍ତୁ ଓଭର କାଟ୍ ହେବା ପରେ ଗୋଟିଏ ବି ବଲ୍ ଖେଳ ଆରମ୍ଭ ହୋଇଥିଲେ ଏହି ନିୟମ ପରିବର୍ତ୍ତନ ହୋଇପାରେ ।

Get real time updates directly on you device, subscribe now.