fbpx

ଡାକ ବିଭାଗରେ ୧୨ ହଜାରରୁ ଅଧିକ ପଦବୀରେ ନିଯୁକ୍ତି, ଦଶମ ପାସ୍ କରିଥିଲେ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ଦଶମ ପାସ୍ କରିଛନ୍ତି ଏବଂ ଏକ ସରକାରୀ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ହୋଇପାରେ । କାରଣ ଭାରତ ଡାକ ବିଭାଗ (ଇଣ୍ଡିଆ ପୋଷ୍ଟ) ଗ୍ରାମିଣ ଡାକ ସେବକ(ଜିଡିଏସ୍) ପଦବୀରେ ନିଯୁକ୍ତି ପାଇଁ ଆବେଦନ ମାଗିଛି ।

ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୨୨ ମେ’ ୨୦୨୩ ରୁ ଆରମ୍ଭ ହୋଇଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୧୧ ଜୁନ୍ ୨୦୨୩ । ଏହି ନିଯୁକ୍ତି ମାଧ୍ୟମରେ ବିଭାଗ ଗ୍ରାମିଣ ଡାକ ସେବକଙ୍କ ମୋଟ ୧୨,୮୨୮ ପଦବୀ ପାଇଁ ପ୍ରାର୍ଥୀ ଚୟନ କରିବ ।

ସଂଗଠନ ନାମ- ଭାରତ ଡାକ ବିଭାଗ (ଇଣ୍ଡିଆ ପୋଷ୍ଟ)
ପୋଷ୍ଟ ନାମ- ଗ୍ରାମିଣ ଡାକ ସେବକ (ଜିଡିଏସ)

ଶିକ୍ଷାଗତ ଯୋଗ୍ୟତା- ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ନିଶ୍ଚିତ ଭାବରେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ / ଅନୁଷ୍ଠାନ / ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଏବଂ ଗଣିତ ବିଷୟ ସହିତ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏଥିସହ ପ୍ରାର୍ଥୀଙ୍କର ସ୍ଥାନୀୟ ଭାଷା ବିଷୟରେ ଜ୍ଞାନ ଏବଂ ବୁଝାମଣା ରହିବା ଉଚିତ୍ ।

ବୟସ ସୀମା- ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ ହେବା ଉଚିତ୍ । ଅନ୍ୟପକ୍ଷରେ, ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ସର୍ବାଧିକ ବୟସ ସୀମା ମଧ୍ୟରେ ଆରାମ ପ୍ରଦାନ କରାଯିବ ।

ଆବେଦନ ଶୁଳ୍କ- ସାଧାରଣ ଏବଂ ଓବିସି ବର୍ଗର ପ୍ରାର୍ଥୀଙ୍କୁ ୧୦୦ / – ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ । ଏଥି ସହିତଏସସି/ଏସଟି ଏବଂ ସମସ୍ତ ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ମାଗଣା ।

ପୋଷ୍ଟ ସଂଖ୍ୟା – ମୋଟ ପୋଷ୍ଟ ସଂଖ୍ୟା ହେଉଛି ୧୨,୮୨୮ ।

ଗୁରୁତ୍ୱପୂର୍ଣ୍ଣ ତାରିଖ-
ଆବେଦନ ଆରମ୍ଭ ତାରିଖ – ୨୨ ମେ’୨୦୨୩ ।
ଆବେଦନ କରିବାର ଶେଷ ତାରିଖ – ୧୧ ଜୁନ୍ ୨୦୨୩ ।

କିପରି ଆବେଦନ କରିବେ- ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବସାଇଟ୍ https://indiapostgdsonline.gov.in/reg_validation.aspx କୁ ଯାଇ ଆବେଦନ କରିପାରିବେ ।

Get real time updates directly on you device, subscribe now.