fbpx

ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ମିଳିବ ସହାୟତା: କ୍ୟାବିନେଟ ବୈଠକରେ ୧୮ଟି ନୂଆ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ବିଜେଡି ନିଜର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରୁଛି । ତେବେ ଏହି ଅବସରରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ ଡକାଇଥିଲେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ ୧୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପସ୍ତାବକୁ ଏହି ବୈଠକରେ ଗ୍ରୀନ ସିଗନାଲ ମିଳିଛି । ଖୁବଶୀଘ୍ର ଏହି ପ୍ରସ୍ତାବଗୁଡିକ ରାଜ୍ୟର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ତୁଲାଇପାରେ ।

ବୈଠକ ଶେଷ ପରେ ରାଜ୍ୟ କ୍ୟାବିନେଟ ୧୮ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ଏଥିମଧ୍ୟରେ “ମୋ ଘର ଯୋଜନା’ ଭଳି ପ୍ରମୁଖ ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରୀନ ସିଗନାଲ ଦେଇଛନ୍ତି । ଏହି ନିଷ୍ପତ୍ତି ପରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି କରିବା ପାଇଁ ସହାୟତା ଯୋଗାଇ ଦିଆଯିବ । ଏହାସହିତ ୨ଟି ଓଡିଆ ସିନେମାକୁ କରମୁକ୍ତ ବୋଲି ଘୋଷଣା କରାଯାଇଛି । ‘ଡେଲିଭରୀ ବଏ’ ଏବଂ ‘ଜ୍ୱିଗାଟୋ’ ସିନେମା ଉପରେ ଦର୍ଶକଙ୍କୁ କର ଦେବାକୁ ପଡିବ ନାହିଁ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.