fbpx

ମୋବାଇଲ୍ ଉତ୍ପାଦନରେ ବିଶ୍ୱର ଭାରତ ଦ୍ୱିତୀୟ, ମେକ୍ ଇନ୍ ଇଣ୍ଡିଆ ଡ୍ରାଇଭ୍‌ରେ ପ୍ରସ୍ତୁତ ହେଲା ୨ ବିଲିୟନ ଡିଭାଇସ୍‌: ରିପୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାର ଆରମ୍ଭ ହୋଇଥିବା ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ମିଳିଛି ବଡ଼ ସଫଳତା । ଭାରତରେ ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ବଢାଇବାକୁ ଆରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ ୨୦୧୪ରୁ ୨୦୨୨ ମଧ୍ୟରେ ଭାରତରେ ୨ ବିଲିୟନ ମୋବାଇଲ୍ ଫୋନ୍ ଉତ୍ପାଦନ ହୋଇଛି । ବୈଶ୍ୱିକ ରିସର୍ଚ୍ଚ ସଂସ୍ଥା କାଉଣ୍ଟର ପଏଣ୍ଟ ରିପୋର୍ଟ ମୁତାବକ ଭାରତରୁ ବାର୍ଷିକ ଆଧାରରେ ମୋବାଇଲ୍ ରପ୍ତାନୀ ୨୩ ପ୍ରତିଶତ ବୃଦ୍ଧି ପାଇଛି ।

ଭାରତରେ ମୋବାଇଲ୍ ଫୋନ୍‌ର ଚାହିଦା ବୃଦ୍ଧି, ଡିଜିଟାଲ ଶିକ୍ଷା ଗ୍ରହଣ ବୃଦ୍ଧି ଏବଂ ସରକାରଙ୍କ ବିଭିନ୍ନ ପଦକ୍ଷେପ ସ୍ୱରୁପ ଏହି ଅଭିବୃଦ୍ଧି ହୋଇଛି । ଏହା ସହିତ ଭାରତ ଏବେ ବିଶ୍ୱର ଦ୍ୱିତୀୟ ବୃହତ ମୋବାଇଲ୍ ଉତ୍ପାଦନକାରୀ ଦେଶ ହୋଇପାରିଛି । ଦେଶ ଭିତରେ ଉତ୍ପାଦନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାୟ ଭୀତ୍ତିକ ଉପରାଦନ କାର୍ଯ୍ୟକ୍ରମ(ପିଏମ୍‌ପି), ମେକ୍ ଇନ୍ ଇଣ୍ଡିଆ, ଉତ୍ପାଦନ ଭିତ୍ତିକ ଫୋତ୍ସାହନ(ପିଏଲ୍‌ଆଇ) ଏବଂ ଆତ୍ମ ନିର୍ଭର ଭାରତ ଭଳି ବିଭିନ୍ନ ଯୋଜନା ମାନ ସବୁ ଅତିତ ବର୍ଷ ମାନଙ୍କରେ ସରକାର ଆପଣାଇଛନ୍ତି । ଯାହା ଦ୍ୱାରା ଭାରତରେ ମୋବାଇଲ୍ ଉପରାନ ବୃଦ୍ଧି ପାଇଛି ।

କାଉଣ୍ଟର ପଏଣ୍ଟର ନିର୍ଦ୍ଦେଶକ ତରୁଣ ପାଠକ ଦର୍ଶାଇଛନ୍ତି ଯେ ଘରୋଇ ଚାହିଦାକୁ ପୂରଣ କରିବା ପାଇଁ ସ୍ଥାନୀୟ ଉତ୍ପାଦନ ବର୍ଷ ବର୍ଷ ଧରି ଯଥେଷ୍ଟ ବୃଦ୍ଧି ପାଇଛି । ୨୦୨୨ ମସିହାରେ, ଭାରତରୁ ସମସ୍ତ ମୋବାଇଲ୍ ଫୋନ୍ ଯୋଗାଣର ୯୮ ପ୍ରତିଶତ ସ୍ଥାନୀୟ ଭାବରେ ନିର୍ମିତ ହୋଇଥିଲା । ୨୦୧୪ ରେ ବର୍ତ୍ତମାନର ସରକାର ଆରମ୍ଭରେ ଏହା ମାତ୍ର ୧୯ ପ୍ରତିଶତରୁ ଏକ ଆଶ୍ଚର୍ଯ୍ୟଜନକ ଅଭିବୃଧି ଥିଲା । ରିପୋର୍ଟରେ କୁହାଯାଇଛି ଯେ ଏହି ପରିବର୍ତ୍ତନ ସ୍ଥାନୀୟ ମୂଲ୍ୟ ବୃଦ୍ଧିରେ ମଧ୍ୟ ପ୍ରତିଫଳିତ ହୋଇଛି, ଯାହା ବର୍ତ୍ତମାନ ହାରାହାରି ୧୫ ପ୍ରତିଶତରୁ ଅଧିକ, ଆଠ ବର୍ଷ ପୂର୍ବେ ନିମ୍ନ ଏକକ ସଂଖ୍ୟାରୁ ଉନ୍ନତି ହୋଇଛି ।

ପାଠକ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଉଭୟ ମୋବାଇଲ୍ ଫୋନ୍ ଏବଂ ଉପାଦାନ ପାଇଁ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରୁଥିବା କମ୍ପାନୀଗୁଡିକ ସହିତ ଦେଶରେ ଏକ ନୂତନ ଇକୋସିଷ୍ଟମ ପ୍ରସ୍ତୁତ ହୋଇଛି । ଏହି ଧାରା ନିବେଶ, ଚାକିରିର ସୁଯୋଗ ଏବଂ ଶିଳ୍ପର ସାମଗ୍ରିକ ବିକାଶକୁ ଆଗେଇ ନେଇଛି ।

ଏହି ସଫଳତା ଉପରେ ଆଧାର କରି ଭାରତ ସରକାର ଏହାର ବିଭିନ୍ନ ଯୋଜନାକୁ ଦେଶକୁ ‘ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ରପ୍ତାନି ହବ୍‌’ ଭାବରେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆଗକୁ ଯାଇ ଭାରତରେ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଉତ୍ପାଦନ ବୃଦ୍ଧି କରିପାରିବ, ଯାହାଦ୍ୱାରା ସହରାଞ୍ଚଳ-ଗ୍ରାମୀଣ ଡିଜିଟାଲ୍ ବିଭାଜନକୁ ଦୂର କରିବା ପାଇଁ ସାହାଯ୍ୟ କରିବ ଏବଂ ଭାରତ ଆଗାମୀ ଦିନରେ ପାୱାରହାଉସ୍‌ମୋବାଇଲ୍ ଫୋନ୍ ରପ୍ତାନି କରୁଥିବା ପାୱାରହାଉସ୍ ମଧ୍ୟ ହୋଇପାରେ ।

ମୋବାଇଲ୍ ଫୋନ୍ ଉତ୍ପାଦନ ସମେତ ୧୪ ଟି କ୍ଷେତ୍ରକୁ ବିସ୍ତାର କରି ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଉତ୍ପାଦନ ଭିତ୍ତିକ ଫୋତ୍ସାହନ (ପିଏଲ୍‌ଆଇ) ଯୋଜନା ଅଭିବୃଦ୍ଧିକୁ ଆହୁରି ଉତ୍ସାହିତ କରିଛି। ଏହି ବିସ୍ତୃତ ଆଭିମୁଖ୍ୟ ଦ୍ୱାରା ଭାରତରୁ ରପ୍ତାନିରେ ବୃଦ୍ଧି ଘଟିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର ସେମିକଣ୍ଡକ୍ଟର ପାୱାରହାଉସ ଭାବରେ ଭାରତକୁ ସ୍ଥାନିତ କରିବା ଦିଗରେ ସରକାରଙ୍କ ଧ୍ୟାନ ରହିଛି। ଏକ ସେମିକଣ୍ଡକ୍ଟର ପିଏଲ୍‌ଆଇ ସ୍କିମ୍ ଏବଂ ୧.୪ ଟ୍ରିଲିୟନ୍ ଡଲାରର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିନିଯୋଗ ଦେଶରେ ଏକ ଅଧିକ ଦୃଢ଼ ଉତ୍ପାଦନ ଇକୋସିଷ୍ଟମ୍ ପ୍ରତିପାଦନ କରିବାକୁ ପ୍ରତିବଦ୍ଧତାକୁ ଦର୍ଶାଉଛି।

Get real time updates directly on you device, subscribe now.