fbpx

ଭୋକିଲା ତାଲିକାରେ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ: ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସ ୨୦୨୧ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ୧୧୬ଟି ଦେଶ ମଧ୍ୟରେ ଭାରତ ୧୦୧ ସ୍ଥାନରେ ରହିଛି। ଭାରତରେ ଦିନକୁ ଦିନ ବଢୁଛି ଭୋକିଲାଙ୍କ ସଂଖ୍ୟା । ଏହି ରିପୋର୍ଟରେ ଭାରତର ସ୍ଥିତି ଅତି ଦୟନୀୟ ରହିଛି । ୨୦୨୦ ରେ ୧୦୭ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୯୪ ଥିଲା। ୨୦୨୧ ର଼୍ୟାଙ୍କିଙ୍ଗ୍ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ ଭାରତ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି । ଭୋକିଲା ତାଲିକାରେ ଆହୁରି ତଳକୁ ଖସିଛି ଭାରତ ।

ରିପୋର୍ଟ ଅନୁଯାୟୀ ଭାରତରେ ଭୋକର ମାତ୍ରା ଉଦ୍‌ବେଗଗଜନକ। ଭାରତର ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ (GHI) ସ୍କୋର ୨୦୦୦ ରେ ୩୮.୮ ରୁ ହ୍ରାସ ପାଇ ୨୦୧୨ ରୁ ୨୦୨୧ ମଧ୍ୟରେ ୨୭.୫ ରୁ ୨୮.୮ ମଧ୍ୟରେ ପହଞ୍ଚିଛି। ୨୦୨୦ ତୁଳନାରେ ଆହୁରି ୭ଟି ସ୍ଥାନ ତଳକୁ ଖସିଛି ଭାରତ ।

Get real time updates directly on you device, subscribe now.