fbpx

ଏସିଆନ୍ ପାରା ଗେମ୍ସ: ପୁରୁଷ ଡିସ୍କସ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଆଣିଲେ ନୀରଜ ଯାଦବ

ଯୋଗେଶ କାଥୁନିଆ ରୌପ୍ୟ ଓ ମୁଥୁରାଜା କାଂସ୍ୟ ପଦକ ଜିତିଛନ୍ତି

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଏସିଆନ୍ ପାରା ଗେମ୍ସ୨୦୨୩ରେ ପୁରୁଷ ଡିସ୍କସ୍ ଥ୍ରୋ-ଏଫ୍୫୪/୫୫/୫୬ ଇଭେଣ୍ଟରେ ନୀରଜ ଯାଦବଙ୍କୁ ସ୍ୱର୍ଣ୍ଣ ପଦକ । ଯୋଗେଶ କାଥୁନିଆ ରୌପ୍ୟ ଓ ମୁଥୁରାଜା କାଂସ୍ୟ ପଦକ ଜିତିଛନ୍ତି । ଏସୀୟ ପାରା ଗେମ୍ସ ୨୦୨୩ରେ ନୀରଜ ଯାଦବ ୩୮.୫୬ ମିଟର ଥ୍ରୋ ରେକର୍ଡ ସହ ସ୍ୱର୍ଣ୍ଣ ପଦକ, ଯୋଗେଶ କାଥୁନିଆ ୪୨.୧୩ ମିଟର ସହ ରୌପ୍ୟ, ମୁଥୁରାଜା ୩୫.୦୬ ମିଟର ଥ୍ରୋ-ଏଫ୍ ୫୪/୫୫/୫୬ ଇଭେଣ୍ଟ ଫାଇନାଲରେ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଅନ୍ୟପକ୍ଷରେ ମହିଳା ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ଫାଇନାଲ ଇଭେଣ୍ଟ ପି-୨ରେ ରୁବିନା ଫ୍ରାନ୍ସିସ୍ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ୫୦ ମିଟର ଟି-୧୩ ଇଭେଣ୍ଟରେ ଭାରତୀୟ ଧାବିକା ମାକନାହାଲ୍ଲୀ ଶଙ୍କରପ୍ପା ଶରତ ୨୦:୧୮.୯୦ ସେକେଣ୍ଡରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ପୂର୍ବରୁ ଦୀପ୍ତି ଜୀବନଜୀ ମହିଳା ୪୦୦ ମିଟର-ଟି-୨୦ରେ ସ୍ୱର୍ଣ୍ଣ ପଦକ ଜିତି ନୂଆ ଏସୀୟ ପାରା ରେକର୍ଡ ଓ କ୍ରୀଡ଼ା ରେକର୍ଡ ସ୍ଥାପନ କରିଥିଲେ।

୫୬.୬୯ ସେକେଣ୍ଡର ରେକର୍ଡ ଟାଇମିଂ ସହ ଦୀପ୍ତି ଥାଇଲାଣ୍ଡର ଓରାୱାନ କାଇସିଂଙ୍କୁ ପଛରେ ପକାଇ ଶୀର୍ଷ ପୋଡିୟମ୍ ପଦକ ହାସଲ କରିଥିଲେ, ଯିଏ କି ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୫୯.୦୦ ସେକେଣ୍ଡ ଦେଇଥିଲେ ଏବଂ ତଥାପି ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଜାପାନର ନିନା କାନୋ ୫୯.୭୩ ସେକେଣ୍ଡରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି କାଂସ୍ୟ ପଦକ ଜିତିଛନ୍ତି।

Get real time updates directly on you device, subscribe now.