ନାଗପୁର: ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଲା ଭାରତ । ୪ ୱିକେଟରେ ଇଂଲଣ୍ଡକୁ ହରାଇଲା ଭାରତ ।
ଶୁଭମନ ଗିଲ୍, ଆୟାର, ଅକ୍ଷର ପଟେଲଙ୍କ ଦମଦାର ଅର୍ଦ୍ଧଶତକ । ସିରିଜ୍ ୧-୦ରେ ଆଗୁଆ ଟିମ୍ ଇଣ୍ଡିଆ ।
ଇଂଲଣ୍ଡ ୪୭.୪ ଓଭରରେ ୨୪୮ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ସେହିପରି ଭାରତୀୟ ଦଳ ୩୮.୪ ଓଭରରେ ୨୫୧ ରନ୍ କରିଥିଲା ।
ଅସନ୍ତା ୯ ତାରିଖରେ କଟକ ବାରବାଟୀରେ ହେବ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ।