fbpx
BSKY SKY
BSKY SKY

୨୦୨୭ ସୁଦ୍ଧା ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି ହେବ: ମୋର୍ଗାନ ଷ୍ଟାନଲି

BSKY

ନୁଆଦିଲ୍ଲୀ: ବିଶ୍ୱରେ ବିଭିନ୍ନ ଭୌଗଳିକ ସମସ୍ୟା ସତ୍ୱେ ଭାରତର ଅର୍ଥନୀତି ଦୃତ ଗତିରେ ବଢି ଚାଲିଛି। ଆଗାମୀ ୨୦୨୭ ସୁଦ୍ଧା ଭାରତ ଆମେରିକା ଏବଂ ଚୀନ ପରେ ତୃତୀୟ ବୃହତ ଅର୍ଥନୀତି ରୂପରେ ପରିଣତ ହୋଇପାରେ। ମୋର୍ଗାନ ଷ୍ଟାନଲିର ମୁଖ୍ୟ ଅର୍ଥନୀତିଜ୍ଞ(ଏସିଆ) ଚେତନ ଅହିୟା ତାଙ୍କର ଏକ ଲେଖାରେ ଏହା କହିଛନ୍ତି। ଭାରତର ଜିଡିପି ବର୍ତ୍ତମାନ ୩.୪ ରହିଥିବା ବେଳେ ଆଗାମୀ ୧୦ ବର୍ଷରେ ଏହା ଦ୍ୱିଗୁଣା ବଢି ୮.୬ ଲକ୍ଷ କୋଟି ଡଲାର ହେବ।

ତେବେ ସବୁଠୁ ଖାସ୍ କଥା ଏହା ଯେ, ପ୍ରତିବର୍ଷ ଭାରତର ଜିଡିପି ୪୦୦ ଆରବ ଡଲାରରୁ ଅଧିକ ବୃଦ୍ଧି ପାଉଛି। ଏହି ମାମଲାରେ କେବଳ ଚୀନ ଏବଂ ଆମେରିକା ଆଗରେ ଅଛନ୍ତି। ସେହିପରି ୨୦୩୨ ସୁଦ୍ଧା ଭାରତୀୟ ବଜାରରେ ପୁଞ୍ଜୀକରଣ ୩.୪ ଲକ୍ଷ କୋଟି ଡଲାରରୁ ବୃଦ୍ଧି ପାଇଁ ୧୧ ଲକ୍ଷ କୋଟି ଡଲାର ହୋଇଯିବ ଏବଂ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ। ଭାରତ ବର୍ତ୍ତମାନ ରପ୍ତାନୀ ବୃଦ୍ଧି କରିବାକୁ ପ୍ରୟାସ କରୁଛି। ନୂତନ ଶୀଳ୍ପ ପ୍ରତିଷ୍ଠା ସହିତ ରୋଜଗାର ମଧ୍ୟ ସୃଷ୍ଟି ହେଉଛି। ଏଥିରେ ଭାରତର ଲକ୍ଷ୍ୟ ହେଉଛି ରପ୍ତାନୀ କ୍ଷେତ୍ରରୁ ଲାଭ ବଢାଇବା। ଏହା ସହିତ ଦେଶରେ ନିବେଶ ବୃଦ୍ଧି କରିବା ପାଇଁ ମଧ୍ୟ ଆତଗାମୀ ଦିନରେ ଭାରତ ପୁର୍ବ ଏସିଆରେ ଏକ ମଡେଲରେ ପରିଣତ ହେବ।

ଚେତନ କହିଛନ୍ତି ଯେ ଅନୁକୂଳ ଘରୋଇ ତଥା ବିଷୁବସ୍ଥିତିର ପ୍ରଭାବ ହେତୁ ଭାରତୀୟ ଜିଡିପି ଅଭିବୃଦ୍ଧି ରାସ୍ତାରେ ଦ୍ରୁତ ଗତିରେ ଗତି କରିବ। ପୁଞ୍ଜି ବିନିଯୋଗ ଏବଂ ନିଯୁକ୍ତି ବୃଦ୍ଧି ପାଇଁ ଭାରତ ଘରୋଇ ନୀତିରେ ବ୍ୟାପକ ପରିବର୍ତ୍ତନ କରିଛି। ଏହା ଉତ୍ପାଦନ ରପ୍ତାନି ବୃଦ୍ଧି କରିବ। ଜିଏସଟିର ପ୍ରବର୍ତ୍ତନ ଭାରତକୁ ଏକୀକୃତ ଘରୋଇ ବଜାରରେ ପରିଣତ କରିବାରେ ସାହାଯ୍ୟ କଲା। ସେହିପରି ନିବେଶକୁ ଉତ୍ସାହିତ କରିବା ପାଇଁ କର୍ପୋରେଟ୍ ଟ୍ୟାକ୍ସ କଟ୍ ପିଆଇଏଲ ଯୋଜନା ଆରମ୍ଭ ହୋଇଛି। ଏହା ଭାରତର ସୀମା ଭିତରୁ ତଥା ବାହାରେ ପୁଞ୍ଜି ବିନିଯୋଗ କରିବାରେ ସାହାଯ୍ୟ କରୁଛି।

ଭାରତରେ କାର୍ଯ୍ୟରତ ବୟସର ଯୁବକମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଡିଜିଟାଇଜେସନ୍ ଦ୍ରୁତ ଗତିରେ ବଢୁଛି। ଆସନ୍ତା ଦଶନ୍ଧିରେ ଭାରତର ପ୍ରକୃତ ଅଭିବୃଦ୍ଧି ହାର ହାରାହାରି ୬.୫% ହେବ। ଏହି ସମୟ ମଧ୍ୟରେ ଚାଇନାର ଜିଡିପି ୩.୬% ହାରରେ ବୃଦ୍ଧି ପାଇବ। ୩୧ ବର୍ଷରେ କରାଯାଇଥିବା କାର୍ଯ୍ୟ ବର୍ତ୍ତମାନ ୭ ବର୍ଷରେ ସମ୍ଭବ। ଭାରତ ଏକ ପର୍ଯ୍ୟାୟରେ ପ୍ରବେଶ କରୁଛି ଯେଉଁଠାରେ ଆୟ ଦ୍ରୁତ ଯୌଗିକ ହାରରେ ବୃଦ୍ଧି ପାଇବ। ୧୯୯୧ ପରେ ଭାରତକୁ ଜିଡିପି ୩ ଟ୍ରିଲିୟନ ଡଲାରକୁ ଆଣିବାକୁ ୩୧ ବର୍ଷ ଲାଗିଗଲା। ବର୍ତ୍ତମାନ ଅତିରିକ୍ତ ୩ ଟ୍ରିଲିୟନ୍ ଡଲାର୍ ଯୋଡିବାକୁ ମାତ୍ର ୭ ବର୍ଷ ଲାଗିବ। ତେବେ ବିଶ୍ୱର ନିବେଶକମାନଙ୍କ ପାଇଁ ଏହି ହାର ଗୁରୁତ୍ୱପୂର୍ଣ୍ଣ ହେବ।

Get real time updates directly on you device, subscribe now.