fbpx

ବେଦାନ୍ତ ପକ୍ଷରୁ ଜଙ୍ଗଲ ନିଆଁ ରୋକିବାକୁ ଦିଆଗଲା ଉପକରଣ

ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଜଙ୍ଗଲରେ ନିଆଁକୁ ରୋକିବା ଉଦ୍ଦେଶ୍ୟରେ ପ୍ରଶାସନର ପ୍ରୟାସ ଲାଗି ଜଙ୍ଗଲ କାର୍ଯ୍ୟାଳୟକୁ ଲିଫ ବ୍ଲୋୟର ଯୋଗାଣ କରିଛି । ଶ୍ରୀ ସୁନିଲ ଗୁପ୍ତା, ସିଇଓ,ବେଦାନ୍ତ ଲିଃ ଝାରସୁଗୁଡ଼ା ଏହି ଲିଫ ବ୍ଲୋୟରକୁ ଜିଲ୍ଲା ଜଙ୍ଗଲ ଅଧିକାରୀ ଲଳିତ କୁମାର ପାତ୍ରଙ୍କୁ ପ୍ରଦାନ କରିଥିଲେ । ଜଙ୍ଗଲରେ ଶୁଖିଲା ଡାଳପତ୍ର ଭଳି ଦହନଶିଳ ପଦାର୍ଥ ଗଦା ହେବା ଦ୍ୱାରା ନିଆଁ ଲାଗିବାର ସମ୍ଭାବନା ଥାଏ ଏବଂ ଏହି ନିଆଁକୁ ରୋକିବା ପାଇଁ ଲିଫ ବ୍ଲୋୟର ସହାୟତା କରିବ ।

ବେଦାନ୍ତ ଆଲୁମିନିୟମର ସୁରକ୍ଷା ସଂସ୍କୃତି ବିଷୟରେ ସୂଚନା ଦେଇ ସୁନିଲ ଗୁପ୍ତା କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମଠାରେ, ଆମର ଲୋକ ଏବଂ ଅଂଶୀଦାରମାନଙ୍କର ସୁରକ୍ଷା ଆମର ପ୍ରାଥମିକତା ଏବଂ ଆମେ ଆମର ଅପରେସନ୍ ବାହାରେ ମଧ୍ୟ ଆମର ଯତ୍ନର ସଂସ୍କୃତି ବିସ୍ତାର କରିବାକୁ ବିଶ୍ୱାସ କରୁ, ଯାହା ମାଧ୍ୟମରେ ଆମେ ଆମ ଗୋଷ୍ଠୀଙ୍କୁ ସୁରକ୍ଷା ଦେଇ ପାରିବୁ । ଜିରୋ ହାର୍ମ, ଜିରୋ ବର୍ଜ୍ୟବସ୍ତୁ ଓ ଜିରୋ ଡିସଚାର୍ଜ ନୀତିକୁ ଆପଣାଇ ଆମେ ସର୍ବଦା ଗୋଷ୍ଠୀଙ୍କ ସହିତ କାର୍ଯ୍ୟ କରୁଛୁ” ।

ଜିଲ୍ଲା ଜଙ୍ଗଲ ଅଧିକାରୀ ଲଳିତ କୁମାର ପାତ୍ର କହିଛନ୍ତି ଯେ, ‘ଶରତ ଓ ଶୀତ ଋତୁରେ ଜଙ୍ଗଲରେ ନିଆଁ ଲାଗିଥାଏ ଓ ଶୁଖିଲା ଡାଳପତ୍ର ଯୋଗୁ ନିଆଁ ଲାଗିବାର ସମ୍ଭାବନା ଥାଏ । ଏହି ନିଆଁକୁ ରୋକିବା ପାଇଁ ପ୍ରଶାସନଙ୍କୁ ସହାୟତା ଯୋଗାଇ ଦେଇଥିବାରୁ ମୁଁ ବେଦାନ୍ତକୁ ପ୍ରଶଂସା କରୁଛି । ଉନ୍ନତ ଜ୍ଞାନ କୌଶଳ ଓ ପରିବେଶ ସୁରକ୍ଷା ସହିତ ବେଦାନ୍ତ ଏହାର ଅଗ୍ନି ନିରାପତା ବାହିନୀଙ୍କୁ ସୁବ୍ୟବସ୍ଥିତ କରିଛି । କମ୍ପାନି ପକ୍ଷରୁ ଗ୍ରହଣ କରାଯାଇଥିବା କେତେକ ସୁରକ୍ଷା ପଦକ୍ଷେପ ଗୁଡ଼ିକ ହେଉଛି ସଙ୍କଳ୍ପ ଏକ ସୁରକ୍ଷା ସଂସ୍କୃତି ପ୍ରଣୟନ କରି ବେଦାନ୍ତ ଆଲୁମିନିୟମ ତାର କାର୍ଯ୍ୟ ପରିଚାଳନାରେ ଡ୍ୟୁ ପଏଂଟ ସସଟାନିବିଲିଟି ସଲ୍ୟୁସନ ସହଭାଗିତା ଅନୁସାରେ କାର୍ଯ୍ୟ କରୁଛି । ଏହି କାର୍ଯ୍ୟକ୍ରମ ଅଗ୍ନି ନିରାପତା ପ୍ରଣାଳୀକୁ ସୁଦୃଢ କରିବା ସହିତ ଅଗ୍ନି କାଣ୍ଡକୁ ନିୟନ୍ତ୍ରଣ କରିଥାଏ ।’

ଅଗ୍ନିବାହିନୀ ଏକ ମହିଳା ଅଗ୍ନିଶମ ବାହିନୀ ଝାରସୁଗୁଡ଼ାରେ ଗଠନ କରାଯାଇଛି, ଯେଉଁମାନେ ଜରୁରୀ ସମୟରେ ଦକ୍ଷ ଓ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିବାକୁ ତାଲିମ ପାଇଛନ୍ତି । ସ୍ଥାନୀୟ ଅଂଚଳରେ ଘାସପତ୍ର ଓ ଜଙ୍ଗଲରେ ନିଆଁ ଲାଗିବା ସମୟରେ ସେମାନେ ସ୍ଥାନୀୟ ପ୍ରଶାସନ ସହାୟତାରେ ଜରୁରୀକାଳୀନ ସହାୟତା ଯୋଗାଇ ଦେଉଛନ୍ତି । ବଜ୍ରପାତ ଚିହ୍ନଟ ପ୍ରଣାଳୀ ବଜ୍ରପାତରୁ ସୁରକ୍ଷା ପାଇଁ ଏହାର ଚିହ୍ନଟ ବ୍ୟବସ୍ଥା କାଟିକେଲା ଆଶ ଡାଇକ ଦ୍ୱାରା ୪୦ କିମି ଦୂରତା ମଧ୍ୟରେ ଦେଖାଦେବାକୁ ଥିବା ବିଜୁଳି ଘଡ଼ ଘଡ଼ିର ପୂର୍ବାନୁମାନ କରାଯାଇ ପାରୁଛି । ମକ୍ ଡ୍ରିଲ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ଦଳ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ମିଳିତ ସହଯୋଗରେ ଜରୁରୀ କାଳୀନ ମକ ଡ୍ରିଲ ମାଧ୍ୟମରେ ସୁରକ୍ଷା ପ୍ରତି ସଜାଗତା ସୃଷ୍ଟି କରାଯାଇ ପାରୁଛି ।

Get real time updates directly on you device, subscribe now.