fbpx

ବଡ଼ ଟୁର୍ଣ୍ଣାମେଣ୍ଟରେ ସିଧା କ୍ୱାର୍ଟର ଫାଇନାଲ ଖେଳିବ ଭାରତ

Advertisement

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଉପରେ କବଜା କରିସାରିଛି ଟିମ ଇଣ୍ଡିଆ । ଏହି ବିଜୟ ପରେ ଟିମ ଇଣ୍ଡିଆକୁ ମିଳିଛି ଏକ ବଡ଼ ଖୁସି ଖବର । ଆଗକୁ ଆସୁଥିବା ବଡ଼ ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆକୁ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବା ପାଇଁ ଅନୁମତି ମିଳିଛି । ବାକି କୌଣସି ଦଳକୁ ଏହି ସୁଯୋଗ ମିଳିନଥିବା ବେଳେ କେବଳ ଭାରତକୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ପାଇଁ ଟିକେଟ ମିଳିଛି । ଏହାଦ୍ୱାରା ଭାରତକୁ ଟ୍ରପି ଜିତିବାର ଅଧିକ ସୁଯୋଗ ଏବଂ ସମ୍ଭାବନା ମଧ୍ୟ ରହିବ । ଏହାବ୍ୟତୀତ ଭାରତୀୟ ଦଳ ଶକ୍ତିଶାଳୀ ରହିଥିବାରୁ ଟୁର୍ଣ୍ଣାମେଣ୍ଟରେ ବିଜୟ ପାଇଁ ବେଶ୍ ଦାବୀଦାରୀ ରହିଛି ମେନ୍ ଇନ୍ ବ୍ଲୁ ।

ସୂଚନା ଅନୁସାରେ, ଆସନ୍ତା ଏସିଆନ୍ ଗେମ୍ସରେ ଭାରତୀୟ ଦଳ ସିଧାସଳଖ ଭାବରେ କ୍ୱାର୍ଟର ଫାଇନାଲରେ ଏଣ୍ଟ୍ରି କରିବ । ପୁରୁଷ କାଟାଗୋରୀରେ ଏହି ଟୁର୍ଣ୍ଣାମେଣ୍ଟରେ ୧୮ଟି ଦଳ ଭାଗ ନେଉଥିବା ବେଳେ ମହିଳା କାଟାଗୋରୀରେ ୧୪ଟି ଦଳ ମୋଟ ୧୪ଟି ଦଳ ସାମିଲ ହୋଇଛନ୍ତି । ତେବେ ଭାରତର ଉଭୟ ଦଳ ସିଧା କ୍ୱାର୍ଟର ପାଇଁ ସୁଯୋଗ ପାଇଛି । ଅକ୍ଟୋବର ୫ ତାରିଖରୁ କ୍ୱାର୍ଟର ଫାଇନାଲ ପାଇଁ ମଇଦାନକୁ ଓହ୍ଲାଇବ ଋତୁରାଜଙ୍କ ନେତୃତ୍ୱ ଦଳ । ତେବେ ଏହାପରେ ୬ ତାରିଖରେ ସେମି ଫାଇନାଲ ଖେଳିବ ମେନ୍ ଇନ୍ ବ୍ଲୁ ।

ସେପଟେ ମହିଳା କ୍ରିକେଟ ଦଳ ବିଷୟରେ ଦେଖିବାକୁ ଗଲେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନୂଆ ଅଧିନାୟକ ଭାବରେ ଦାୟିତ୍ୱ ନେବାକୁ ଯାଉଛନ୍ତି ଷ୍ଟାର ପ୍ଲେୟର ସ୍ମୃତି ମନ୍ଧାନା । ନିୟମିତ ଅଧିନାୟକ ହରମନପ୍ରୀତ କୌରଙ୍କ ଉପରେ ୨ଟି ମ୍ୟାଚର ବ୍ୟାନ ଲାଗିଥିବାରୁ ସେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ(କ୍ୱାର୍ଟ ଫାଇନାଲ ଏବଂ ସେମି ଫାଇନାଲ) ମ୍ୟାଚ ପାଇଁ ଉପଲବ୍ଧ ରହିବେ ନାହିଁ । ତେଣୁ ତାଙ୍କୁ ସିଧାସଳଖ ଫାଇନାଲ ମ୍ୟାଚରେ ଖେଳୁଥିବାର ନଜର ଆସିପାରେ ।

Get real time updates directly on you device, subscribe now.