fbpx

ସମ୍ମାନ ରଖିଲା ଅଷ୍ଟ୍ରେଲିଆ, ୬୬ ରନ ବ୍ୟବଧାନରେ ଟିମ୍ ଇଣ୍ଡିଆର ପରାଜୟ

ରାଜକୋଟ: ସମ୍ମାନ ରଖିଲା ଅଷ୍ଟ୍ରେଲିଆ, ୬୬ ରନ ବ୍ୟବଧାନରେ ଟିମ୍ ଇଣ୍ଡିଆ ପରାଜୟର ସମ୍ମୁଖୀନ ହୋଇଛି । ରାଜକୋଟ ଷ୍ଟାଡିୟମରେ ଖେଳା ଯାଇଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ଶେଷ ମ୍ୟାଚ ସମାପ୍ତ ହୋଇଛି । ଏଥିରେ ପରାଜୟର ସମ୍ମୁଖୀନ ହୋଇଛି ଟିମ୍ ଇଣ୍ଡିଆ ।

ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୫୦ ଓଭରରେ ୭ ଉଇକେଟ ହରାଇ ୩୫୨ ରନ ସ୍କୋର କରିଥିଲା। ଫଳରେ ଭାରତକୁ ୩୫୩ ରନ୍‌ ବିଶିଷ୍ଟ ଏକ ଲମ୍ବା ଅଙ୍କର ଲକ୍ଷ୍ୟ ମିଳିଥିଲା। ପରେ ଟିମ୍ ଇଣ୍ଡିଆ ସମସ୍ତ ୱିକେଟ ହରାଇ ୨୮୬ ରନ ସଂଗ୍ରହ କରିଥିବା ବେଳେ ୬୬ ରନ ବ୍ୟବଧାନରେ ପରାଜୟର ସମ୍ମୁଖୀନ ହୋଇଛି । ଦିନିକିଆ ସିରିଜର ଏହି ଶେଷ ମ୍ୟାଚକୁ ୬୬ ରନରେ ଜିତି ନେଇଛି ଅଷ୍ଟ୍ରେଲିଆ ।

Get real time updates directly on you device, subscribe now.