fbpx

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆ ମ୍ୟାଚ୍; ନ୍ୟୁଜିଲାଣ୍ଡକୁ ୩୮୬ ରନର ଟାର୍ଗେଟ୍ ଦେଲା ଭାରତ

ନୂଆଦିଲ୍ଲୀ: ଆଜି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି । ଫଳରେ ନ୍ୟୁଜଲ୍ୟାଣ୍ଡ ଟସ୍ ଜିତି ବୋଲିଙ୍ଗ କରିବାର ନିଷ୍ପତ୍ତି ନେଇଥିବା ବେଳେ ଭାରତ ପ୍ରଥମେ ବ୍ୟାଟିଂ କରିଛି । ତେବେ ଭାରତ ୫୦ ଓଭରରେ ୩୮୫ ରନ୍ ହାସଲ କରିଛି । ଏହି ମ୍ୟାଚରେ ପ୍ରଥମେ କ୍ୟାପଟେନ୍ ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଓପନିଙ୍ଗ କରିଥିଲେ । ଯେଉଁଥିରେ ରୋହିତ ୮୫ ବଲରେ ୧୦୧ ରନ୍ କରି ଏମ୍ ବ୍ରେଶୱେଲଙ୍କ ବଲରେ ଆଉଟ ହୋଇଥିବା ବେଳେ ଶୁଭମାନ ଗିଲ୍ ୧୧୨ ରନ୍ କରି ଆଉଟ୍ ହୋଇଥିଲେ । ତେବେ ୫୦ ଓଭରରରେ ଭାରତ ୯ ୱିକେଟ ହରାଇ ୩୮୫ ରନ୍ କରି ନ୍ୟୁଜିଲାଣ୍ଡକୁ ଏକ ବଡ ଟାର୍ଗେଟ୍ ଦେଇଛି ।

ତେବେ ଟିମ୍ ଇଣ୍ଡିଆ ପୂର୍ବରୁ ଦୁଇଟି ମ୍ୟାଚ ଜିତି ସାରିଛି । ଏଥିସହିତ ସେ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି । ଏହାପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜରେ ଭାରତ ୩-୦ ରେ ଜିତିଥିଲା । ସେହିପରି ଆଜି ମଧ୍ୟ ସେ ଭଲ ପ୍ରଦର୍ଶନ କରିଛି । ତେବେ ଶୁଭମାନ ଗିଲ ପ୍ରଥମ ଦିନିକିଆ ମ୍ୟାଚରେ ଦ୍ୱିଶତକ ହାସଲ କରିଥିଲେ । ଏଥିସହିତ ସେ ଆଜି ମଧ୍ୟ ଶତକ ହାସ କରିଛନ୍ତି । ସେ ଏହା କରିବାରେ ସର୍ବକନିଷ୍ଠ କ୍ରିକେଟର ହୋଇଥିଲେ ।

Get real time updates directly on you device, subscribe now.