fbpx
BSKY
BJD MC SKY
BJD YOUTH SKY

ଆଜିଠୁ ଆରମ୍ଭ ଭାରତ-ଦକ୍ଷିଣ ଆଫ୍ରିକା ଓ୍ୱାନଡେ ସିରିଜ୍; ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ କେଏଲ ରାହୁଲ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଓ୍ୱାନଡେ ସିରିଜ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ କେଏଲ ରାହୁଲ ଟିମ୍ ଇଣ୍ଡିଆର ନେତୃତ୍ୱ ନେବାକୁ ଯାଉଛନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ପ୍ରଥମେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳି ୧-୧ରେ ଡ୍ର କରିଥିବା ବେଳେ ଏବେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ ଏବଂ ଶେଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ମଧ୍ୟ ଖେଳାଯିବ।

ଆଜି ଜୋହାନ୍ସବର୍ଗର ୱାଣ୍ଡରର୍ସ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ। ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଟି-୨୦ ସିରିଜର ନେତୃତ୍ୱ ନେଇଥିଲେ ମଧ୍ୟ ଓ୍ୱାନଡେ ସିରିଜ୍ ରେ କେଏଲ ରାହୁଲଙ୍କୁ ଦଳର ନେତୃତ୍ୱ ଦିଆଯାଇଛି। ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଧଳା ବଲ୍ ଶୃଙ୍ଖଳା ଦଳରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସାମିଲ କରିନଥିଲେ ଟିମ୍ ଇଣ୍ଡିଆର ଚୟନକର୍ତ୍ତା।

ଭାରତର ପ୍ଲେଇଙ୍ଗ୍ ଇଲେଭେନରେ କେଏଲ ରାହୁଲ (ଅଧିନାୟକ), ଶ୍ରେୟସ ଆୟର, ତିଲକ ବର୍ମା, ସଞ୍ଜୁ ସାମସନ, ସିଦ୍ଧାର୍ଥ ପଟିଦାର, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମୁକେଶ କୁମାର, ଆବେଶ ଖାନ ଖେଳୁଥିବା ବେଳେ ଦକ୍ଷିଣ ଆଫ୍ରିକାର ପ୍ଲେଇଙ୍ଗ୍ ଇଲେଭେନରେ ରିଜା ହେଣ୍ଡ୍ରିକ୍ସ, ଟୋନି ଡି ଜୋର୍ଜି, ରାସି ଭାନ୍ ଡେର୍ ଡୁସେନ୍, ଏଡେନ୍ ମାର୍କରାମ (ଅଧିନାୟକ), ହେନରିଚ୍ କ୍ଲାସେନ୍, ଡେଭିଡ୍ ମିଲର୍, ଭିଆନ୍ ମଲ୍ଡର୍, ଆଣ୍ଡିଲେ ଫେଲୁକ୍ୱାୟୋ, କେଶବ ମହାରାଜ, ନନ୍ଦ ବର୍ଗର୍, ଲିଜାଦ ୱିଲିୟମ୍ସ ଖେଳିବେ।

 

Get real time updates directly on you device, subscribe now.