fbpx
BSKY SKY
BSKY SKY

ଶୀତ ଦିନରେ ବଢିବ କି କୋଭିଡର ନୂଆ ସବ ଭ୍ୟାରିଆଣ୍ଟ? କେରଳରେ ଜଣେ ସଂକ୍ରମିତ ଚିହ୍ନଟ

BSKY

ନୂଆଦିଲ୍ଲୀ: ସାରା ବିଶ୍ୱଟେ ଆତଙ୍କ ଖେଳାଉଛି ଚୀନ। କୋଭିଡର ବିଭିନ୍ନ ଭ୍ୟାରିଆଣ୍ଟକୁ ନେଇ ସମସ୍ତେ ବହୁ ଚିନ୍ତିତ ଅଛନ୍ତି । ଏହି ସଂକ୍ରମଣ କମୁଥିବା ଓ ବଢୁଥିବା ବେଳେ ଏବେ ଚୀନରେ କୋଭିଡର ନୂଆ ସବ ଭ୍ୟାରିଆଂଟକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଯାହାକି ଏହି ଜେଏନଡଟ ୱାନ ଭାରିଆଣ୍ଟରେ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଚିନ୍ତାର ବିଷୟ ଏହା ଯେ, ଚଳିତ ଡିସେମ୍ବର ୧୩ରେ କେରଳରେ ଏହି ଭୁତାଣୁରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନନୁଯାୟୀ, ସଂକ୍ରମିତ ଜଣକ ମହିଳା ଓ ତାମିଲନାଡୁର କିନ୍ତୁ ସେ କେରଳରେ ରହୁଛନ୍ତି । ଅକ୍ଟୋବର ମାସରେ ସିଙ୍ଗାପୁର ଯାଇଥିଲେ । ସହେନ୍ଦ ଭିତରେ ନଭେମ୍ବର ୧୮ରେ ନମୁନା ପରୀକ୍ଷା କରାଯାଇଥିଲା । ଇନସାକଗ ମୁଖ୍ୟ ଡିଏନକେ ଆରୋରା କହିଛନ୍ତି ଏବେ ବର୍ତ୍ତମାନ ଜଣେ ମାତ୍ର ଚିହ୍ନଟ ହୋଇଛି । ହେଲେ ଏବେ ସୁଦ୍ଧା ମେଡିକାଲରେ କେହି ଭର୍ତି ହୋଇନାହାଁନ୍ତି । ସେପଟେ ରୟଟର୍ସ ସୂଚନା ମୁତାବକ ପୂର୍ବରୁ ଆମେରିକା, ଇଟଲୀ ଓ ଫ୍ରାନ୍ସରେ ଏହି ସବଭ୍ୟାରିଆଣ୍ଟ ଦେଖିବାକୁ ମିଳିଥିଲା । କିନ୍ତୁ ଚୀନର ଏହା ସଂକ୍ରମଣ ବୃଦ୍ଧି ଆଶଙ୍କାଙ୍କୁ ଏଡାଇ ଦିଆଯାଇପାରିବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଏଠାରେ କହି ରଖୁଛୁ ଯେ, ଏହି ନୂଆ ଭାରିଆଣ୍ଟରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ନିକଟରେ ଦେଖାଯାଉଥିବା ଲକ୍ଷଣ ସାମାନ୍ୟଭାବେ କୋଭିଡ ଲକ୍ଷଣ ପରି ଥଣ୍ଡା,କାଶ ଓ ଜ୍ଵର ରହିଛି । ତେବେ ଏହି ସବଭ୍ୟାରିଆଣ୍ଟର ପ୍ରକୋପ ଓ ଅନ୍ୟାନ୍ୟ ଲକ୍ଷଣ ଉପରେ ଅଧ୍ୟୟନ ଜାରି ରହିିଛି। ସିଙ୍ଗାପୁର, ଇଣ୍ଡୋନେସିଆ. ମାଲେସିଆରେ ସପ୍ତାହକ ଭିତରେ ମାମଲା ୭୦ ପ୍ରତିଶତ ବଢ଼ିବା ଚିନ୍ତା ସୃଷ୍ଟି କରିଛି । ଭାରତରେ ଏବେ ଶୀତ ଋତୁ ଚାଲିଥିବା ବେଳେ ଏହି ସଂକ୍ରମଣ ଅଧିକ ବୃଦ୍ଧି ପାଇବା ନେଇ କୁହାଯାଉଛି। କାରଣ ସାଧାରଣତଃ ଶୀତଦିନେ ରୋଗ ପ୍ରତିରୋଧ ଶକ୍ତି କମ ଥିବା ବେଳେ ଥଣ୍ଡା, କାଶ ଓ ଜ୍ଵର ଅଧିକ ଦେଖାଯାଇଥାଏ ।

Get real time updates directly on you device, subscribe now.