fbpx
BJD SKY
BJD SKY

ଆଜି ଦ୍ୱିତୀୟ ଦିନିକିଆ, ସିରିଜ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ବିଜୟ ପାଇଁ ସବୁ ଶକ୍ତି ଖଟାଇବ ୱେଷ୍ଟ ଇଣ୍ଡିଜ୍‌

BJD

ଅହମ୍ମଦାବାଦ : ଆଜି ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯିବ। ପ୍ରଥମ ମ୍ୟାଚ ଭଳ ପ୍ରଦର୍ଶନ ଯୋଗୁ ଏକତରଫା ଭାବେ ଜିତି ୧-୦ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ସିରିଜ କବଜା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇ ଟିମ୍ ଇଣ୍ଡିଆ। ଆଜିର ମ୍ୟାଚ୍‌ରେ ବିଜୟ ସହ ସିରିଜ ହାତେଇବାକୁ ଉଦ୍ୟମ କରିବ ରୋହିତ ବାହିନୀ। ଅନ୍ୟପରେ ପରାଜୟ ପ୍ରତିଶେଷ ନେବା ସହ ସିରିଜକୁ କମ୍ ବ୍ୟାକ୍ କରିବା ପାଇଁ ସବୁ ଶକ୍ତ ଖଟାଇବ ୱେଷ୍ଟ ଇଣ୍ଡିଜ୍‌। ବିଜୟ ପାଇଁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବା ଜରୁରୀ ।

ପ୍ରଥମ ମ୍ୟାଚ୍‌ରେ ରୋହିତଙ୍କ ରଣନୀତି ଓ ଫିଲ୍ଡିଂ ସଜ୍ଜା ବେଶ ଚମତ୍କାର ରହିଥିଲା । ତଥାପି ବ୍ୟାଟିଂ ବିଭାଗରେ ସାମାନ୍ୟ ଦୁର୍ବଳତା ଦେଖିବାକୁ ମିଳିଥିଲା । ବିରାଟ କୋହଲି ସହଳ ପାଭିଲିୟନ ଫେରିବା ଦଳକୁ ନିରାଶ କରିଥିଲା । ଆଜି ଏକାଦଶରେ ପରିବର୍ତ୍ତନ ନିଶ୍ଚିତ । ଉପଅଧିନାୟକ ଲୋକେଶ ରାହୁଲ  ଫେରିଛନ୍ତି । ଇଶାନ କିଷନଙ୍କ ସ୍ଥାନରେ ସେ ଖେଳିବେ । ୱେଷ୍ଟ ଇଣ୍ଡିଜ୍‌ ଦଳକୁ ବିଶାଳ ସ୍କୋର କରିବାକୁ ହେବ । ଭ୍ରମଣକାରୀ ଦଳକୁ ଭରତୀୟ ସ୍ପିନରଙ୍କ ଉଚିତ ମୁକାବିଲା କରିବାର ଉପାୟ ବାହାର କରିବା ଜରୁରୀ ।

 

ପ୍ରଥମ ମ୍ୟାଚ୍‌ରେ କିରେନ ପୋଲାର୍ଡ ବିଫଳ ହୋଇଥିଲେ । ତାଙ୍କ ବ୍ୟାଟ୍‌ରୁ ଏକ ବଡ ଇନିଂସ ଦେଖିବାକୁ କ୍ରିକେଟ୍‌ ପ୍ରେମୀ ଆଶା ରଖିବେ । କରୋନା ସଂକ୍ରମିତ ହୋଇ ପ୍ରଥମ ମ୍ୟାଚ୍‌ ଖେଳିପାରି ନଥିବା ଶିଖର ଧାୱନ ଓ ଶ୍ରେୟାସ ଆୟର ଇତି ମଧ୍ୟରେ କରୋନା ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଉଭୟ ଫିଟ୍ ଘୋଷିତ ହୋଇଛନ୍ତି । ମଙ୍ଗଳବାର ଆରଟି-ପିସିଆର ରିପୋର୍ଟ ନେଗେଟିଭ ବାହାରିବା ପରେ ଉଭୟଙ୍କୁ ଅଭ୍ୟାସ କରିବାକୁ ସୁଯୋଗ ମିଳିଛି । ତେବେ ଆଜିର ମ୍ୟାଚ୍ ଉଭୟଙ୍କୁ ସୁଯୋଗ ମିଳିବ ନା ବିଶ୍ରାମ ଦିଆଯିବ ତା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Get real time updates directly on you device, subscribe now.