fbpx
BJD SKY
BJD SKY

ବଢ଼ିଚାଲିଛି ବେକାରୀ ସମସ୍ୟା: ରେଳପଥରେ ଖାଲି ପଡ଼ିଛି ୨.୬୫ ଲକ୍ଷ ପଦବି

୨,୧୭୭ ଗେଜେଟେଡ୍‌ ଥିବା ବେଳେ ୨ ଲକ୍ଷ ୬୩ ହଜାର ୩୭୦ ନନ୍‌-ଗେଜେଟେଡ୍‌ ପଦ ପଡ଼ିଛି ଖାଲି ।

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ରାଜ୍ୟ ତଥା ଦେଶରେ କୋଭିଡ୍ ମହାମାରୀ ଆସିବା ପରଠାରୁ ବେକାରୀ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଚାକିରୀ ନଥିବାରୁ ଲକ୍ଷ ଲକ୍ଷ ଯୁବକ/ଯୁବତୀ ବେକାର ହୋଇ ବୁଲୁଛନ୍ତି । କାହାର ଚାକିରୀ ଚାଲିଯାଇଛି ତ କିଏ ଯୋଗ୍ୟ ହୋଇ ମଧ୍ୟ ନିଯୁକ୍ତି ଅପେକ୍ଷାରେ ବସିରହିଛି । କିନ୍ତୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଲକ୍ଷାଧିକ ପଦବି ଖାଲି ପଡ଼ିଥିଲେ ହେଁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନାହିଁ । ଉଦାହରଣସ୍ୱରୂପ, ରେଳ ବିଭାଗରେ ୨ଲକ୍ଷ ୬୫ ହଜାରରୁ ଅଧିକ ପଦବି ଖାଲି ପଡ଼ିଛି । ବରିଷ୍ଠରୁ କନିଷ୍ଠ ପର୍ଯ୍ୟନ୍ତ, ସବୁ ବର୍ଗରେ ଗେଜେଟେଡ୍‌ ଓ ନନ୍‌ ଗେଜେଟେଡ୍‌ ପଦବିରେ କେହି ନାହାନ୍ତି । ଫଳରେ ସମୟାନୁସାରେ ସେବା ଦିଆଯାଇପାରୁ ନାହିଁ ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ତଥ୍ୟ ଅନୁଯାୟୀ, ଭାରତୀୟ ରେଳପଥର ବିଭିନ୍ନ ଜୋନ୍‌ରେ ୨ ଲକ୍ଷ ୬୫ ହଜାର ୫୪୭ ପଦବି ଖାଲି ପଡ଼ିଛି । ସେଥିମଧ୍ୟରୁ ୨ ହଜାର ୧୭୭ ଗେଜେଟେଡ୍‌ ଥିବା ବେଳେ ୨ ଲକ୍ଷ ୬୩ ହଜାର ୩୭୦ ନନ୍‌-ଗେଜେଟେଡ୍‌ ପଦ ରହିଛି । ଉତ୍ତର ରେଳପଥରେ ସର୍ବାଧିକ ୩୭ ହଜାର ୪୩୬ ନନ୍‌-ଗେଜେଟେଡ୍‌ ପଦବୀ ଖାଲିଥିବା ବେଳେ ପୂର୍ବ ରେଳପଥରେ ୨୮ ହଜାର ୨୦୪, କେନ୍ଦ୍ରୀୟ ରେଳପଥରେ ୨୭ ହଜାର ୧୭୭, ପଶ୍ଚିମ ରେଳପଥରେ ୨୬ ହଜାର ୨୨୭ ନନ୍‌-ଗେଜେଟେଡ୍‌ ପଦ ଖାଲି ରହିଛି ।

ଗେଜେଟେଡ୍‌ ପଦବି କଥା କହିବାକୁ ଗଲେ, ପୂର୍ବତଟ ରେଳପଥରେ ୧୯୫ ପଦ ଖାଲିଥିବା ବେଳେ ପଶ୍ଚିମ ‌ରେଳପଥରେ ୧୭୨, ପୂର୍ବ କେନ୍ଦ୍ରୀୟ ରେଳପଥରେ ୧୭୦, ଦକ୍ଷିଣ ରେଳପଥରେ ୧୬୧ ପଦ ବହୁ ବର୍ଷ ହେଲା ଫାଙ୍କା ପଡ଼ିଛି। ବିଭିନ୍ନ ଜୋନ୍‌ରେ ଖାଲିଥିବା ପଦବି ବ୍ୟତୀତ ରେଲୱେର ବିଭିନ୍ନ ୟୁନିଟ୍‌ରେ ୫୦୭ଟି ଗେଜେଟେଡ୍‌ ଓ ୧୨ ହଜାର ୭୬୦ ନନ୍‌-ଗେଜେଟେଡ୍‌ ପଦରେ କେହି ନାହାନ୍ତି । ମେଟ୍ରୋ ରେଲୱେରେ ୨୨ଟି ଗେଜେଟେଡ୍‌ ଓ ୮୫୬ ନନ୍‌-ଗେଜେଟେଡ୍‌ ପଦ ଖାଲିଥିବା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ରାଜ୍ୟସଭାରେ ସୂଚନା ଦେଇଥିଲେ।

ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼ର କେତେକ ଅଞ୍ଚଳକୁ ନେଇ ଗଠିତ ଏହି ଜୋନ୍‌ରେ ୮୭ ଗେଜେଟେଡ୍‌ ଓ ୮ ହଜାର ୪୪୭ ନନ୍‌-ଗେଜେଟେଡ୍‌ ପଦ ଖାଲି ରହିଛି । କେବେ, କିଭଳି ଖାଲି ପଦ ପୂରଣ ହେବ, ସେନେଇ ମନ୍ତ୍ରଣାଳୟ କିମ୍ବା ମନ୍ତ୍ରୀଙ୍କ ପାଖରୁ ସଠିକ୍‌ ଉତ୍ତର ମିଳିପାରୁନାହିଁ। ବରଂ ସମସ୍ତଙ୍କର ସେହି ଚିରାଚରିତ ଉତ୍ତର ଖୁବ୍‌ଶୀଘ୍ର ନିଯୁକ୍ତି ପ୍ରକ୍ରିୟା କରାଯାଇ ପଦବି ପୂରଣ କରାଯିବ ।

 

 

Get real time updates directly on you device, subscribe now.