fbpx
BJD SKY
BJD SKY

ଭୋଟ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ଦୈନିକ ମିଳିବ ୨୦୦ରୁ ୩୫୦ ଟଙ୍କା, ଅସ୍ଥାୟୀ ବୁଥ୍ ପାଇଁ ୩ ହଜାର ଟଙ୍କା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ବର୍ତ୍ତମାନ ନିର୍ବାଚନକୁ ନେଇ ମାହୋଲ ସରଗରମ ରହିଛି । ଏଥିମଧ୍ୟରେ କରୋନା କଟକଣାକୁ ଆଖିଆଗରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କୁ ଆଗକୁ ବଢ଼ାଯାଉଛି । ତେଣୁ ସ୍ୱତନ୍ତ୍ର ନିୟମାବଳୀ ଜାରି କରାଯାଇଛି । ତେବେ ନିର୍ବାଚନ ଡ୍ୟୁଟିରେ ଯେଉଁ କର୍ମଚାରୀମାନେ ରହିବେ ସେମାନଙ୍କ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଦୈନିକ ଭତ୍ତା ଘୋଷଣା କରିଛନ୍ତି । ଏହି କ୍ରମରେ ପ୍ରିଜାଇଡିଂ ଅଫିସରଙ୍କୁ ଭୋଟ୍ ଦିନ ୩୫୦ଟଙ୍କା, ପୁଲିଂ ଅଫିସରଙ୍କୁ ୨୭୫ଟଙ୍କା, ଗ୍ରୁପ୍‌ ଡି ପୁଲିଂ ଅଫିସରଙ୍କୁ ୨୦୦ଟଙ୍କା ଲେଖାଏଁ ମିଳିବ ।

ସେହିପରି ଅନ୍ୟ ଦିନ ଗୁଡ଼ିକରେ ଯଥାକ୍ରମେ ୨୫୦ଟଙ୍କା, ୨୦୦ଟଙ୍କା ଏବଂ ୧୫୦ଟଙ୍କା ଲେଖାଏଁ ମିଳିବ । ଗଣତି ଦିନ କାଉଣ୍ଟିଂ ସୁପରଭାଇଜର୍‌ଙ୍କୁ ୩୫୦ଟଙ୍କା, କାଉଣ୍ଟିଂ ଆସିଷ୍ଟାଣ୍ଟଙ୍କୁ ୨୭୫ଟଙ୍କା, ଗ୍ରୁପ୍‌ ଡି କ୍ୟାଟେଗୋରିର କାଉଣ୍ଟିଂ ଅଫିସରଙ୍କୁ ଦିନକୁ ୨୦୦ଟଙ୍କା ହିସାବରେ ଭତ୍ତା ମିଳିବ। ଭୋଟ୍‌ ଓ ଗଣତି ଦିନ ଏହି କର୍ମଚାରୀମାନଙ୍କୁ ଖାଇବା ପାଇଁ ୧୫୦ଟଙ୍କା ଲେଖାଏଁ ମିଳିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ଏତଦବ୍ୟତୀତ, ମହାନଗର ନିଗମ ଅଞ୍ଚଳରେ ଗଣତି ଦିନ ସମସ୍ତ କର୍ମଚାରୀଙ୍କ ରିଫ୍ରେସମେଣ୍ଟ ପାଇଁ ୧୦ହଜାର ଟଙ୍କା ଦିଆଯିବ । ସେହିପରି ପୁରୀ, ବାଲେଶ୍ବର ଭଳି ମ୍ୟୁନିସପାଲଟି ପାଇଁ ୮ହଜାର, ଅନ୍ୟ ମ୍ୟୁନିସପାଲଟି/ଏନ୍‌ଏସି ପାଇଁ ୪ହଜାର ଟଙ୍କା ଲେଖାଏଁ ଦିଆଯିବ । ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍/ସେକ୍ଟର ଅଫିସର, ନିର୍ବାଚନ ତଦାରଖ ଦା‌ୟିତ୍ବରେ ଥିବା ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଦିନକୁ ୩୦୦ଟଙ୍କା ଲେଖାଏଁ ଭତ୍ତା ମିଳିବ।

ଡେପୁଟି ମେୟର/ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ହଜାରେ ଟଙ୍କା, ସରକାରୀ ଗାଡ଼ି ପାଇଁ ନିୟୋଜିତ ହୋଇଥିବା ଡ୍ରାଇଭରଙ୍କୁ ଦିନକୁ ୧୩୦ଟଙ୍କା ଲେଖାଏଁ ମିଳିବ। ସେହିପରି ଅସ୍ଥାୟୀ ବୁଥ୍‌ ନିର୍ମାଣ କରିବାକୁ ୩ହଜାର ଟଙ୍କା, ପିଇବା ପାଣି ବ୍ୟବସ୍ଥା କରିବା ପାଇଁ ବୁଥ୍‌ ପିଛା ୭୫ଟଙ୍କା, ବୁଥ୍‌ର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୭୫ଟଙ୍କା ଲେଖାଏଁ ମିଳିବ।

Get real time updates directly on you device, subscribe now.