fbpx
BJD SKY
BJD SKY

ୟୁୁପିରେ ସରିଲା ପ୍ରଚାର: ୧୦ରେ ପ୍ରଥମ ପର୍ଯ୍ୟାୟ ଭୋଟ୍, ୨.୨୭ କୋଟି ଭୋଟର ମତ ସାବ୍ୟସ୍ତ କରିବେ

BJD

ଲକ୍ଷ୍ନୌ : ୟୁପି ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି । ବିଜେପି, ସମାଜବାଦୀ ପାର୍ଟି, କଂଗ୍ରେସ, ବହୁଜନ ସମାଜବାଦୀ ପାର୍ଟି ସହ ତମାମ ରାଜନୈତିକ ଦଳ ମଙ୍ଗଳବାର ଜୋରଦାର ପ୍ରଚାର କରିଛନ୍ତି । ୟୁପି ରାଜନୀତିର ମୁଖ୍ୟ ଦୁଇ ଦଳ (ସମାଜବାଦୀ ପାର୍ଟି ଓ ବିଜେପି) ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ଉଭୟ ଦଳ ଲୋକଙ୍କ ପାଇଁ ଅନେକ ମାଗଣା ଯୋଜନାମାନ ପ୍ରଣୟନ କରିବାକୁ ଇସ୍ତାହାର ମାଧ୍ୟମରେ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ବି ପଛରେ ପଡିନି ।

ମଙ୍ଗଳବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବି ଜୋରଦାର ପ୍ରଚାର କରିଛନ୍ତି । ପଶ୍ଚିମ ୟୁପି ଏବଂ ବ୍ରଜ ଅଞ୍ଚଳର ୧୧ ଟି ଜିଲ୍ଲାର ୫୮ ଟି ସିଟ୍‌ ପାଇଁ ମତଦାନ ଫେବୃଆରୀ ୧୦ ଗୁରୁବାର ଦିନ ହେବ । ବୁଧବାର ସନ୍ଧ୍ୟା ସୁଦ୍ଧା ପୁଲିଂ ପାର୍ଟି ସମସ୍ତ ବୁଥରେ ପହଞ୍ଚିବା ଠାରୁ ଆରମ୍ଭ କରି ଭୋଟ୍‌ ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରସ୍ତୁତି ଶେଷ ହେବି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯିବ । ପ୍ରଥମ ପର୍ଯ୍ୟାୟରେ ଶାମଲି, ମୁଜାଫରନଗର, ବାଗପାଟ, ମେରୁଟ, ଗାଜିଆବାଦ, ହାପୁର, ଗୌତମ ବୁଦ୍ଧ ନାଗର, ବୁଲନ୍ଦଶାହର, ଆଲିଗଡ, ମଥୁରା ଏବଂ ଆଗ୍ରା ଠାରେ ଭୋଟ୍‌ ଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ୨.୨୭ କୋଟି ଭୋଟର ମତଦାନ କରିବେ । ଏହି ପର୍ଯ୍ୟାୟରେ ସମୁଦାୟ ୬୨୩ ଜଣ ପ୍ରାର୍ଥୀ ଅଛନ୍ତି । ମଥୁରାଙ୍କର ସର୍ବାଧିକ ୧୫ ଜଣ ପ୍ରାର୍ଥୀ ଅଛନ୍ତି । ଫେବୃଆରୀ ୧୦ ସକାଳ ୭ ଟାରୁ ୬ ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.