fbpx

ଭାରତ ହେବ ବିଶ୍ୱର ତୃତୀୟ ମହାଶକ୍ତି, ଅର୍ଥନୀତିରେ ଫ୍ରାନ୍ସ ଓ ବ୍ରିଟେନକୁ ଅତିକ୍ରମ କରିବ: ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ନୂଆବର୍ଷ ଭାରତ ପାଇଁ ଶୁଭ ସାବ୍ୟସ୍ତ ହେବ । ଆସନ୍ତା ବର୍ଷ ଭାରତ ଅର୍ଥନୀତିରେ ଫ୍ରାନ୍ସକୁ ଟପିଯିବ ଓ ୨୦୨୩ ବେଳକୁ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥବ୍ୟବସ୍ଥା ପାଲଟିଯିବ । ସେହିପରି ୨୦୩୧ ବେଳକୁ ଏହା ବ୍ରିଟେନକୁ ପଛରେ ପକାଇ ବିଶ୍ୱର ତୃତୀୟ ଅର୍ଥନୈତିକ ମହାଶକ୍ତି ଭାବେ ଉଭାହେବ । ବ୍ରିଟିଶ କନସଲଟାନ୍ସି ସେବର ପକ୍ଷରୁ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ସେହିପରି ୨୦୩୦ରେ ଚୀନ ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତି ଭାବେ ଉଭା ହେବ ବୋଲି ରିପୋର୍ଟରେ କୁହାଯାଇଛି ।

ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ପ୍ରଥମ ଥର ଲାଗି ବିଶ୍ୱ ଅର୍ଥନୀତି ୧୦୦ ଲକ୍ଷ କୋଟି ଡଲାରରୁ ଅଧିକ ବଡ଼ ହେବ । ତେବେ ବିଶ୍ୱର ନମ୍ବର ୱାନ ବିତ୍ତଶାଳୀ ରାଷ୍ଟ୍ର ଆମେରିକାକୁ ହଟାଇବାକୁ ହେଲେ ଚୀନକୁ ଆହୁରି ବହୁବର୍ଷ ଅପେକ୍ଷା କରିବାକୁ ପଡ଼ିବ । ୨୦୩୬ ବେଳକୁ ରୁଷ ଟପ୍-୧୦ ଅର୍ଥନୀତି ଓ ୨୦୩୪ ବେଳକୁ ଇଣ୍ଡୋନେସିଆ ଟପ୍-୯ ଅର୍ଥନୀତିରେ ସାମିଲ ହୋଇପାରେ । ଜର୍ମାନୀର ଅର୍ଥନୀତି ଯେଉଁ ହାରରେ ବଢ଼ୁଛି, ତାହା ୨୦୨୩ ସୁଦ୍ଧା ଜାପାନକୁ ଅତିକ୍ରମ କରିପାରେ । ଗତ ୨୦୨୦ରେ ଦରଦାମ୍ ନିୟନ୍ତ୍ରର କରିବା ସମଗ୍ର ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ଥିଲା ବୋଲି ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.