fbpx

୨୦୨୮ରେ ଭାରତରେ ହେବ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀ, COP 28ରେ ପ୍ରସ୍ତାବ ରଖିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଦୁବାଇରେ ପହଞ୍ଚିଛନ୍ତି ଯେଉଁଠାରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଛି ।

ଆଜି ଅର୍ଥାତ୍ ଶୁକ୍ରବାର ଶିଖର ସମ୍ମିଳନୀ ଆରମ୍ଭ ହେବା ପରେ ସମସ୍ତ ନେତା ପାରମ୍ପାରିକ ଫ୍ୟାମିଲି ଫଟୋ ଲାଗି ପୋଜ୍ ଦେଇଥିଲେ । ଏହାପରେ ମୋଦୀ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନୀ, ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର ଲେୟେନ ଓ ବିଭିନ୍ନ ବିଶ୍ୱ ନେତାଙ୍କ ସହିତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରିଟେନର ରାଜା ଚାର୍ଲସ୍ ତୃତୀୟ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଜଳବାୟୁ ସମ୍ମିଳନୀ COP 28 ରେ ଭାଗ ନେବା ପାଇଁ ଦୁବାଇରେ ପହଞ୍ଚିଛନ୍ତି । ସମ୍ମିଳନୀର ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନ କରିବା ସହ ୨୦୨୮ରେ ଭାରତରେ ବିଶ୍ୱ ଜଳବାୟୁ ସମ୍ମିଳନୀର ଆୟୋଜନକୁ ନେଇ ପ୍ରସ୍ତାବ ରଖିଛନ୍ତି । ଏହି କ୍ରମରେ ସେ ଦେଶରେ ପରିବେଶ ସୁରକ୍ଷା ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ମତ ରଖିଛନ୍ତି । ମୋଦୀ କହିଛନ୍ତି ଭାରତ ଏପରି ଏକ ଦେଶ ଯିଏ ସର୍ବଦା ଆର୍ଥିକ ଓ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରି ଆଗକୁ ଗତି କରିଥାଏ ।

Get real time updates directly on you device, subscribe now.