fbpx
BJD
BJD SKY
BJD SKY

Google ଓ Appleର ରାଜୁତି ଶେଷ: ଭାରତ ନିର୍ମାଣ କରିବ ନିଜର Operating System

BJD

ନୂଆଦିଲ୍ଲୀ: ଅପରେଟିଙ୍ଗ ସିଷ୍ଟମ ଦୁନିଆର ବାଦଶାହ ବୋଲାଉଥିବା ଗୁଗଲ ଓ ଆପଲ କମ୍ପାନୀର ରାଜୁତି ଶେଷ ହେବାକୁ ଯାଉଛି । ଖୁବଶୀଘ୍ର ଭାରତ ସରକାର ଏନେଇ ଜୋରସୋରରେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଭାରତ ଘରୋଇ ଅପରେଟିଙ୍ଗ ସିଷ୍ଟମ (OS) ନିର୍ମାଣ କରିବାକୁ ଯାଉଥିବା ବେଳେ ଦେଶର ମୋବାଇଲ ଫୋନ୍ ୟୁଜର୍ସ ଏହି କମ୍ପାନୀଗୁଡ଼ଇକର ଅପରେଟିଙ୍ଗ ସିଷ୍ଟମର ବ୍ୟବହାର ଆଉ କରିବେ ନାହିଁ । କେନ୍ଦ୍ର ଆଇଟି ଓ ସୂଚନା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଗୁଗଲର ଆଣ୍ଡ୍ରଏଡ ଓ ଆପଲର ଆଇଓଏସର ବିକଳ୍ପ ଭାବେ ଭାରତ ସ୍ୱଦେଶୀ ଅପରେଟିଂ ସିଷ୍ଟମ ନିର୍ମାଣ କରିବ । ଏଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି ସହ ନୀତି ଆଣିବା ନେଇ ଯୋଜନା ଚାଲିଛି । ବର୍ତ୍ତମାନ ସମୟରେ ମୋବାଇଲ ଫୋନରେ ଏହି ଦୁଇଟି ଅପରେଟିଙ୍ଗ ସିଷ୍ଟମର ଦବଦବା ଜାରି ରହିଛି । ଏହି ଦୁଇଟି କମ୍ପାନୀ ହାର୍ଡୱେର କ୍ଷେତ୍ରକୁ ମଧ୍ୟ ପରିଚାଳିତ କରୁଛନ୍ତି । ଏପରି ସ୍ଥଳେ ତୃତୀୟ OS ନଥିବାରୁ ଏନେଇ ସୂଚନା, ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ଭାରତ ସରକାର ଆଗ୍ରହ ପ୍ରକାଶ କରିଛନ୍ତି । OS ଯେ କୌଣସି କମ୍ପ୍ୟୁଟର ଓ ମୋବାଇଲର ପରିଚାଳନା ପାଇଁ ମୁଖ୍ୟ ସଫ୍ଟୱେର ହୋଇଥିବା ବେଳେ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ହାର୍ଡୱେର ଓ ସଫ୍ଟୱେର ସିଷ୍ଟମରେ ମଧ୍ୟ ସାମିଲ ରହିଥାଏ ।

Get real time updates directly on you device, subscribe now.