fbpx

ଏହି ରାଜ୍ୟରେ ଫେବୃଆରୀ ୧୦ ଯାଏଁ ବଢ଼ିଲା କୋଭିଡ୍ କଟକଣା, ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ-ବଜାର

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ଅକିଛି ରାଜ୍ୟକୁ ଛାଡ଼ିଦେଲେ ଅଧିକାଂଶ ରାଜ୍ୟରେ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏପରି ପରିସ୍ଥିତିରେ ହରିୟାଣାରେ ମାମଲାରେ ହ୍ରାଓ ପାଇବା ସ୍ଥାନରେ ଓଲଟା ବଢ଼ୁଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର କୋଭିଡ୍ କଟକଣାକୁ ଫେବୃଆରୀ ୧୦ ପର୍ଯ୍ୟନ୍ତ ବଢ଼ାଇବା ନେଇ ଘୋଷଣା କରିଛନ୍ତି । ତେବେ ରାଜ୍ୟରେ ମଲ୍, ଦୋକାନ-ବଜାର ଆଦିକୁ ସନ୍ଧ୍ୟା ୭ଟା ଯାଏଁ ଖୋଲା ରହିବ । ଏନେଇ ଏକ ଗାଇଡଲାଇନ୍ ଜାରି କରାଯାଇଛି ।

ଗାଇଡଲାଇନ୍ ମୁତାବକ, ହରିୟାଣାରେ ଜିମ୍ ସ୍ପା ଆଦି ୫୦ ପ୍ରତିଶତ କ୍ଷମତା ସହିତ ଚାଲିପାରିବ । ମଦ ଦୋକାନ ଗୁଡ଼ିକୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲିପାରିବ । ଅନ୍ୟପଟେ ବିରୋଧ ପ୍ରଦର୍ଶନ, ରାଲି ପରି ଭିଡକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.